ଭଦ୍ରକ: ବାପା ସାଜିଲା ପିଶାଚ, ଦେଢ ମାସର ଶିଶୁକୁ ମାରିବା ପରେ ରେଳ ଲାଇନ୍ ପାଖରେ ପୋତି ଦେଇଥିବା ଅଭିଯୋଗ
ଭଦ୍ରକ(କେନ୍ୟୁଜ୍) : ବାପା ସାଜିଲା ପିଶାଚ। ଭୁଲିଗଲା ରକ୍ତର ସମ୍ପର୍କ। ଦେଢ ମାସ ଶିଶୁୁର ଜୀବନ ନେବାକୁ ବି ପଛାଇଲା ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଦିବାସୀ ସାହିରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଶିଶୁଟିକୁ ମାରିବା ପରେ ନୃଶଂସ ବାପା ଟିକୁ ମୁଣ୍ଡା ରେଳ ଲାଇନ୍ ପାଖରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶିଶୁର ମୃତଦେହ ମାଟିତଳୁ ଉଦ୍ଧାର କରାଯିବ। ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।