ପୁଣ୍ୟଫଳ ପ୍ରାପ୍ତ କରିବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଦାନ କରିବାର କଣ ରହିଛି ନିୟମ

ହିନ୍ଦୁ ଧର୍ମରେ ଦାନ ପୁଣ୍ୟ କର୍ମ ହୋଇଥାଏ। ଦାନ କରିବା ଦ୍ୱାରା ବ୍ୟକ୍ତିକୁ ଆର ଜନ୍ମରେ ସେ ଦାନ କରିଥିବା ଫଳ ମିଳିଥାଏ। କିନ୍ତୁ ଆପଣମାନେ ଦାନ କରିବାର ନିୟମ କଣ ରହିଛି ଜାଣିଛନ୍ତି କି ? ଯଦି ନା, ତେବେ ଆଜି ଆମେ ଆପଣଙ୍କୁ କାହାକୁ କେତେ ଦାନ କରିବା ଉଚିତ ସେହି ବିଷୟରେ ଜଣାଇବୁ।

ବାସ୍ତବରେ ଧର୍ମଶାସ୍ତ୍ରରେ କାହାକୁ କେତେ ଦାନ କରିବା ଉଚିତ ତାର ସଠିକ ନିୟମ ଦର୍ଶାଯାଇଛି।

-ପ୍ରତ୍ୟେକ ବ୍ୟକ୍ତି ନିଜର ଆୟର ନ୍ୟୁନତମ ୧୦ ପ୍ରତିଶତ ଦାନ କରିବା ଉଚିତ।

-ଦାନ ସେହି ବ୍ୟକ୍ତିଙ୍କୁ ଦିଅନ୍ତୁ ଯିଏ ଦାନ ନେବାର ଯୋଗ୍ୟ।

-ଦାନରେ ଧନ, ସମ୍ପତ୍ତି ଏବଂ ଦ୍ରବ୍ୟ ଦାନ ଦେବା ଉଚିତ।

-ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିକୁ ଦାନ ଦେବା ଅନୁଚିତ।

hinduism-କରଜ କରି ଦାନ କରିବା ଅନୁଚିତ।

-ଯଦି ଆପଣ ଖରାପ ସମୟ ପାଇଁ ଟଙ୍କା ରଖିଥାନ୍ତି ତେବେ ସେହି ଟଙ୍କାକୁ ଦାନ କରନ୍ତୁ ନାହିଁ।

-ଦାନ କରିବା ସମୟରେ ମନରେ କ୍ରୋଧ ଭାବନା ରଖନ୍ତୁ ନାହିଁ।

ଏହି ସବୁ ଜିନିଷ ଦାନ ଦେବାକୁ କୁହାଯାଇଥାଏ ମହାଦାନ:

ଧର୍ମଶାସ୍ତ୍ରରେ ଦାନ ସହ ଜଡିତ ଥିବା ଅନେକ କଥା ବର୍ଣ୍ନନା କରାଯାଇଛି। ଏପରି କିଛି ବସ୍ତୁ ବିଷୟରେ କୁହାଯାଇଛି , ଯାହା ଦାନ କରିବାକୁ ମହାଦାନ କୁହାଯାଇଥାଏ। ଗାଈ, ଜମି, ତେଲ, ସୁନା, ଚାନ୍ଦି, ଘିଅ, ବସ୍ତ୍ର, ଲୁଣ ଆଦି ଜିନିଷ ମହାଦାନ ଶ୍ରେଣୀରେ ଆସିଥାଏ।

ଏହାସହ ପଢନ୍ତୁ: ଭାରତର ଅନେକ ରହସ୍ୟମୟ ପୁସ୍ତକ, ଯାହାକୁ ଆପଣ ଜାଣି ବି ଜାଣି ନାହାନ୍ତି

ପୁଣ୍ୟପ୍ରାପ୍ତ ପାଇଁ କରାଯାଇଥାଏ ଦାନ:

ଧର୍ମଶାସ୍ତ୍ର ଅନୁଯାୟୀ ପୁଣ୍ୟ ପ୍ରାପ୍ତ କରିବା ପାାଇଁ ଦାନ କରାଯାଇଥାଏ। କିନ୍ତୁ ଯଦି ଆପଣ ନିଜ ସ୍ୱାର୍ଥ ପାଇଁ ଦାନ କରୁଥାନ୍ତି ତେବେ ଆପଣ କେବେ ଏହାର ପୁଣ୍ୟ ପ୍ରାପ୍ତ କରିପାରିବେ ନାହିଁ। ଏହି କାରଣରୁ ଦାନ ଦେବା ସମୟରେ ଉଚିତ ବ୍ୟକ୍ତିଙ୍କୁ ଦାନ ଦେବା ପାଇଁ ଧ୍ୟାନ ରଖନ୍ତୁ। କାରଣ ଦାନର ଯୋଗ୍ୟଥିବା ବ୍ୟକ୍ତିଙ୍କୁ ଦାନ ଦେବା ଦ୍ୱାରା ଆପଣଙ୍କୁ ପୁଣ୍ୟଫଳ ମିଳିଥାଏ।