Below header

Bigg Boss-13କୁ ନେଇ ଆସିଲା ବଡ ଖବର, ଥରେ ଦେଖନ୍ତୁ ଏହାର ଆଉ ନୂଆ ପ୍ରୋମୋ

ଟେଲିଭିଜନର ସବୁଠାରୁ ଦମଦାର ସୋ ବିଗବସ୍ ନିଜର ନୂଆ ସିଜିନ୍ ସହିତ ପୁଣିଥରେ ଧମାଲ୍ କରିବାକୁ ଆସୁଅଛି । ନିକଟରେ ବିଗବସ୍-୧୩ ସହିତ ଜଡିତ ଆଉ ଏକ ପ୍ରୋମୋ ରିଲିଜ୍ ହୋଇଛି । ଯାହା ଦେଖୁ ଦେଖୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିପଡିଛି । ବିଗ ବସ୍-୧୩ର ଏହି ପ୍ରୋମୋ ଦେଖି ଲାଗୁଛି କି ସୋ’ରେ ଚଳିତ ବର୍ଷ କିଛି ନୂଆ ଏବଂ କିଛି ଅଧିକ ଟ୍ୟୁଷ୍ଟ ହେବାକୁ ଯାଉଛି । ପ୍ରୋମୋରେ ସଲମାନ୍ ଖାନ୍ କହିଛନ୍ତି କି, ଏହି ଥର ସୋ’ରେ ଫାଇନାଲ ଚାରି ସପ୍ତାହରେ ହୋଇଯିବ । କିନ୍ତୁ ଫାଇନାଲ ପରେ ମଧ୍ୟ ସୋ’ରେ ବିଭିନ୍ନ ଧମାଲ୍ ହେବ ।

ଦେଖନ୍ତୁ ଭିଡିଓ:

ବିଗବସ୍ ୧୩ ର ଏହି ଦମଦାର ପ୍ରୋମୋ କଲର୍ସ ଟିଭି ନଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି କି, ଟେଲିଭିଜନ୍ ର ବ୍ଳକବଷ୍ଟର ନେଇକି ଆସୁଛନ୍ତି ସଲମାନ୍ ଖାନ୍ । କଣ ଆପଣ ଟ୍ବିଷ୍ଟ ସହିତ ବିଗ ବସ୍ ୧୩ ଦେଖିବା ପାଇଁ ପ୍ରସ୍ତୁତ ଅଛନ୍ତି? ଏହି ପ୍ରୋମୋ ପୂର୍ବରୁ ବିଗ୍ ବସ୍ ୧୩ର ଆଉ ଏକ ପ୍ରୋମୋ ରିଲିଜ୍ ହୋଇଥିଲା । ଯେଉଁଥିରେ ସଲମାନଙ୍କ ସହିତ ସୁରଭି ଜ୍ୟୋତି ଏବଂ କରଣ ବାହୀ ନଜର ଆସିଥିଲେ । ସୂଚନା ଥାଉକି, ବିଗବସ୍-୧୩ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ, ଏହି ଥର ସୋ’ରେ କେବଳ ସେଲିବ୍ରେଟି ମାନେ ନଜର ଆସିବେ ।

ଦେଖନ୍ତୁ ଭିଡିଓ:

ଏହାସହ ପଢନ୍ତୁ:

ଟିକଟକ୍ ରେ ଏହି ୧୦ଟି ଭିଡିଓ ଖୁବ୍ ହେଉଛି ଭାଇରାଲ, ଥରେ ନିହାତି ଦେଖନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.