ଏହି ରେଷ୍ଟୁରାଣ୍ଟରେ ଜାମ୍ମୁ-କଶ୍ମରୀ ଲୋକମାନଙ୍କୁ ମିଳୁଛି ୩୭୦ ଟଙ୍କା ଛାଡ୍, ଜାଣନ୍ତୁ କଣ ରହିଛି ସେହି ମଜାଦାର୍ ଥାଳି
ଆପଣ ଯଦି ଜମ୍ମୁ ଏବଂ କଶ୍ମରୀର ହୋଇଥାନ୍ତି, ତେବେ ଦିଲ୍ଲୀର କନାଉଜ୍ଡ ପ୍ଲେସ୍ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ସୁପର ସାଇଜ୍ ଥାଳି ଉପରେ ୩୭୦ ଟଙ୍କା ରିହାତି ପାଇପାରିବେ। ଏହି ବଡ ଆକାରର ଥାଳିରେ ପାଖାପାଖି ସମସ୍ତ ରାଜ୍ୟର ଖାଦ୍ୟ ଚାଖିବାର ସୁଯୋଗ ମିଳିଥାଏ। ଆଡରେର ୨.୧ ରେଷ୍ଟୁରାଣ୍ଟ ନିଜର ଏହି ସୁସ୍ୱାଦୁ ବ୍ରଞ୍ଜନ ପାଇଁ ପ୍ରସିଦ୍ଧ। ଏଠାରେ ଜାମ୍ମୁ ଏବଂ କଶ୍ମୀରର ଅଧିକାରୀମାନେ ନିଜର ପ୍ରମାଣପତ୍ର ଦେଖାଇ ‘ଅନୁଛେଦ ୩୭୦’ ଥାଳି ଉପରେ ୩୭୦ ଟଙ୍କା ରିହାତି ଛାଡ କରାଯାଉଛି। ଏଠାରେ ଭେଜ୍ ଥାଳିର ମୂଲ୍ୟ ୨,୩୭୦ଟଙ୍କା ଏବଂ ନନ୍-ଭେଜ୍ ଥାଳିର ମୂଲ୍ୟ ୨,୬୬୯ ଟଙ୍କା। ଏହା ପୂର୍ବରୁ ଅଲଗା କିଛି ଖାଦ୍ୟ ପ୍ରସ୍ତୁତ କରିବାରେ ମଧ୍ୟ ଏହି ରେଷ୍ଟୁରାଣ୍ଟ ମଧ୍ୟ ଫେମସ୍। ଏଠାରେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କର ୫୬ ଇଞ୍ଚର ଥାଳି’ ଠାରୁ ଆରମ୍ଭ କରି ଫିଲ୍ମ ‘ବାହୁବଳୀ’ ଭଳି ଥାଳି ମଧ୍ୟ ଅନେକ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି। ଏହାବ୍ୟତୀତ ନିର୍ବାଚନର ଉତ୍ସବ ପାଳନ କରିବା କରିବା ପାଇଁ ଏହି ରେଷ୍ଟୁରାଣ୍ଟ ‘ୟୁନାଇଟେଡ ଇଣ୍ଡିଆ ଥାଳି’ ମଧ୍ୟ ପ୍ରସ୍ତୁତ କରିଥାଏ।