ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା, ୨୪ଘଣ୍ଟା ପରେ ମିଳିଲା ଜଣଙ୍କ ମୃତଦେହ
ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣାରେ ୨୪ଘଣ୍ଟା ପରେ ମିଳିଲା ଜଣଙ୍କ ମୃତଦେହ। ପରଜଙ୍ଗ ଥାନା ପାଣି ଗେଙ୍ଗୁଟିଆ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କୁନ୍ଦନଦେଇପୁର ଗାଁର ବିଶ୍ୱଜିତ ଆଚାର୍ଯ୍ୟ । ଏବେବି ଅନ୍ୟ ୩ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଓ NDRF ଟିମ୍ର ଅଭିଯାନ ଜାରି ରହିଛି। ଗତ ୭ ତାରିଖରେ ପର୍ଜଙ୍ଗ ଥାନା କୁନ୍ଦନଦେଇପୁର ଗାଁ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଡଙ୍ଗାଟି ଓଡାପଡା ବ୍ଳକ ଖଡଗ ପ୍ରସାଦରୁ ଘାଟକୁ ଯାଉଥିଲା। ଏତିକିବେଳେ ମଝି ନଦୀରେ ବୁଡ଼ି ଯାଇଥିଲା ଡଙ୍ଗା। ଏଥିରେ ୯ ଜଣ ଯାତ୍ରୀ ଓ ନାଉରିଆ ଥିଲେ । ତେବେ ୨ଜଣ ନାଉରିଆ ୩ ଜଣ ଯାତ୍ରୀ ପହଁରି କୁନ୍ଦନଦେଇପୁର କୂଳରେ ପହଞ୍ଚିଥିଲେ। ନିଖୋଜ ଥିଲେ ୪ ଜଣ। ଆଜି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।