ଭବାନୀପାଟଣା ସିଂଗଝରଣ ଗାଁରେ ନୃଶଂସ ହତ୍ୟାକାଣ୍ଡ: ଘର ଭିତରୁ ମିଳିଲା ୨ ଶିଶୁ ଓ ରେଳ ଧାରଣା ନିକଟରୁ ମା’ର ମୃତଦେହ ଉଦ୍ଧାର
ଭବାନୀପାଟଣା(କେନ୍ୟୁଜ୍): ନୃଶଂସ ହତ୍ୟାକାଣ୍ଡ। ଘର ଭିତରୁ ମିଳିଲା ୨ ଶିଶୁର ମୃତ ଦେହ। ରେଳ ଧାରଣା ନିକଟରେ ପଡ଼ିଛି ମା’ର ମରଶରୀର। ଭବାନୀପାଟଣା ସିଂଗଝରଣ ଗାଁରେ ଘଟିଛି ଏହି ଅମାନୁଷିକ ଘଟଣା। ଦୁଇ ଶିଶୁଙ୍କୁ ହତ୍ୟା ପରେ ମାଆ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେନେଇ ପ୍ରକୃତ କାରଣ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।