Below header

ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର (କେନ୍ୟୁଜ୍) : ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଶିକ୍ଷକ ଓମ୍ ପ୍ରକାଶ ମିଶ୍ରଙ୍କୁ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ସମ୍ବର୍ଦ୍ଧିତ କରି ରୁପା ତାରକସିର ଉପହାର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରି ଶିକ୍ଷାଦାନ କ୍ଷେତ୍ରରେ ସେ ଆଦର୍ଶ ସୃଷ୍ଟି କରିପାରିଛନ୍ତି ବୋଲି କହିଛନ୍ତି ମୁ୍ଖ୍ୟମନ୍ତ୍ରୀ । ଶିକ୍ଷାଦାନରେ ଶ୍ରୀ ମିଶ୍ରଙ୍କ ୨୦ ବର୍ଷର ଅଭିଜ୍ଞତା ରହିଛି । ଗଣିତ ଏବଂ ବିଜ୍ଞାନର ଜଟିଳ ବିଷୟକୁ ସରଳ ଭାଷାରେ ବୁଝାଇବାରେ ଓମ୍ ପ୍ରକାଶଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବର୍ତ୍ତମାନ ସେ ଜୟପୁର ହାଇସ୍କୁଲରେ ଗଣିତ ଏବଂ ବିଜ୍ଞାନରେ ଶିକ୍ଷାଦାନ କରୁଛନ୍ତି । ଏହା ସହ ୨୦୧୫ରେ ସେ experiments ନାମକ ଏକ ବହି ମଧ୍ୟ ରଚନା କରିଛନ୍ତି । କୋରାପୁଟ ପରି ପଛୁଆ ଅଂଚଳର ପିଲାମାନେ କିପରି ଜାତୀୟ ମେରିଟ୍ ସ୍କଲାରସିପ୍ ପାଇବେ ସେଥିପାଇଁ ଏକ ମଡ୍ୟୁଲ୍ ମଧ୍ୟ ତିଆରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.