କିଏ ମିତାଲିଙ୍କ ପ୍ରିୟ ପୁରୁଷ ଖେଳାଳି ? ପଚାରନା, ନହେଲେ..

ନୂଆଦିଲ୍ଲୀ : କଥା ଟିକେ ପୁରୁଣା । ହେଲେ ଭାରି ମଜାଦାର । ଗତ ବର୍ଷ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧନାୟିକା ତଥା ଷ୍ଟାର ଖେଳାଳି ଜଣେ କ୍ରୀଡ଼ା ସାମ୍ବାଦିକଙ୍କର ଝାଳ ବୁହାଇ ଦେଇଥିଲେ । ତାଙ୍କର ଏକ ପ୍ରଶ୍ନର ଏମିତି ଉତ୍ତର ମିତାଲି ଦେଲେ ଯେ ସାମ୍ବାଦିକଙ୍କ କାନମୁଣ୍ଡ ଗରମ ହୋଇଗଲା । ୨୦୧୭ ଆଇସିସି ମହିଳା ବିଶ୍ବ କପ୍ ଆରମ୍ଭ ହେବାର ଠିକ୍ ପୂର୍ବ ଦିନର ଘଟଣା । ଡିନର ବେଳେ ମିତାଲିଙ୍କୁ ଜଣେ ପାକିସ୍ତାନୀ ସାମ୍ବାଦିକ ପଚାରିଥିଲେ ଆପଣଙ୍କର ପ୍ରିୟ ପୁରୁଷ କ୍ରିକେଟ୍ ଖେଳାଳି କିଏ । ମିତାଲିଙ୍କ ଚଟାପଟ୍ ଉତ୍ତର ଥିଲା ଠିକ୍ ତାଙ୍କର କ୍ରିକେଟ୍ ସଟ୍ ଭଳି । ସେ କହିଥିଲେ ଏ ପ୍ରଶ୍ନ ଆପଣ କୌଣସି ପୁରୁଷ ଖେଳାଳିଙ୍କୁ ପଚାରିଛନ୍ତି କି ? ସେମାନଙ୍କୁ ପଚାରିଛନ୍ତି କି କିଏ ତୁମର ପ୍ରିୟ ମହିଳା ଖେଳାଳି ? ପାଲଟା ପ୍ରଶ୍ନରେ ସାମ୍ବାଦିକ ଜଣ ଏକଦମ ଚୁପ୍ ହୋଇ ଯାଇଥିଲେ । ଏହି ଖବର ସେତେବେଳେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଥିଲା । ମିତାଲି ହେଉଛନ୍ତି ବିଶ୍ବର ପ୍ରଥମ ମହିଳା କ୍ରିକେଟର ଯିଏକି ଦିନିକିଆ ଆନ୍ତର୍ଜାତିକରେ ୬ ହଜାର ରନରୁ ଅଧିକ ସଂଗ୍ରହ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.