ଅନ୍ତିମ ଟେଷ୍ଟ : ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ, ଭାରତୀୟ ଦଳରେ ବିହାରୀ ଓ ଜାଡେଜା

ଲଣ୍ଡନ : ଓଭାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଚଳିତ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ । ଘରୋଇ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଖେଳ ଆରମ୍ଭ ହେବା ପୂର୍ବରୁ ଏଠାରେ ତାଙ୍କର ବିଦାୟୀ ଟେଷ୍ଟ ଖେଳୁଥିବା ଇଂଲଣ୍ଡ ଓପ୍ନର ଆଲେଷ୍ଟର କୁକଙ୍କୁ ଭାରତୀୟ ଖେଳାଳିମାନେ କରତାଳି ଦେଇ ସ୍ବାଗତ କରିଥିଲେ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଆନ୍ଧ୍ରର ଯୁବ ମଧ୍ୟଭାଗ ବ୍ୟାଟସମ୍ୟାନ ହନୁମା ବିହାରୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ବିନଙ୍କ ସ୍ଥାନରେ ଆସିଛନ୍ତି ରବୀନ୍ଦ୍ର ଜାଡେଜା । ବିହାରୀ ବ୍ୟାଟିଂ ସହିତ ସ୍ପିନ ବୋଲିଂ ମଧ୍ୟ କରନ୍ତି । ଟେଷ୍ଟ ପଦାର୍ପଣରେ ସେ ହେଉଛନ୍ତି ଭାରତର ୨୯୨ତମ ଖେଳାଳି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.