Below header

କାହିଁକି ରେକର୍ଡିଙ୍ଗ କରୁଛ? ବାସ୍‌ ତାପରେ ହେଲା ଲଙ୍କାକାଣ୍ଡ

ଭିଡିଓ ରେକର୍ଡକୁ ନେଇ ମାରପିଟ୍‌, ଧସ୍ତାଧସ୍ତି, ହୋହାଲ୍ଲା । ଏସବୁ ଗଣ୍ଡଗୋଳ ହୋଇଛି ପିଡିଏସ ଚାଉଳକୁ ନେଇ । ପିଡିଏସ୍‌ ଚାଉଳ ଲୋକଙ୍କୁ କମ୍‌ ଦିଆଯାଉଛି ବୋଲି ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରୁଥିଲେ । ଆଉ ଏହାକୁ ଦେଖି ଡିଲରଙ୍କ ସହଯୋଗୀ ଭିଡିଓ କାହିଁକି କଲ କହି ମାଡପିଟ୍‌ କରିବାକୁ ଲାଗିଲେ ।

ସାଲେପୁର (କେନ୍ୟୁଜ) : କାହିଁକି ରେକର୍ଡିଙ୍ଗ କରୁଛ । କାହାକୁ ପଚାରିକି ରେକର୍ଡ କରୁଛ । ବାସ୍‌ ତାପରେ ହେଲା ଲଙ୍କାକାଣ୍ଡ । ଭିଡିଓ ରେକର୍ଡକୁ ନେଇ ମାରପିଟ୍‌, ଧସ୍ତାଧସ୍ତି, ହୋହାଲ୍ଲା । ଏସବୁ ଗଣ୍ଡଗୋଳ ହୋଇଛି ପିଡିଏସ ଚାଉଳକୁ ନେଇ । ପିଡିଏସ୍‌ ଚାଉଳ ଲୋକଙ୍କୁ କମ୍‌ ଦିଆଯାଉଛି ବୋଲି ସନ୍ଦେହ କରି ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରୁଥିଲେ । ଆଉ ଏହାକୁ ଦେଖି ଡିଲରଙ୍କ ସହଯୋଗୀ ଭିଡିଓ କାହିଁକି କଲ କହି ମାଡପିଟ୍‌ କରିବାକୁ ଲାଗିଲେ ।

ଆଜ୍ଞା ଏ ଘଟଣା ଘଟିଛି କଟକ ଜିଲ୍ଲା ଉମର ପଂଚାୟତରେ । pds ଚାଉଳ ଟ୍ରକରୁ ଅନଲୋଡ଼ ବେଳେ ଭିଡ଼ିଓ ଉତ୍ତାଳନ କରିଥିଲେ କିଛି ସ୍ଥାନୀୟ ଲୋକେ । ଆଉ ଏହା ଦେଖି ତୁରନ୍ତ ଉତ୍ୟକ୍ତ ହୋଇଗଲେ ଦାଇତ୍ୱରେ ଥିବା ଡିଲରଙ୍କ ସହଯୋଗୀ ଓ ତାଙ୍କ ପୁଅ । ଆଉ ତାପରେ ଉଭୟଙ୍କ ଭିତରେ ହୋଇଥିଲା ଭୟଙ୍କର ଗଣ୍ଡଗୋଳ । ବାସ୍ତବରେ ଘଟଣାଟି ଥିଲା କିଛି ଏପରି । ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଯେତେବେଳେ ଲୋକଙ୍କୁ ଚାଉଳ ବଣ୍ଟାଯାଉଛି ସେତେବେଳେ ଚାଉଳ କମ୍‌ ପଡୁଛି । ସେଥିପାଇଁ ସେମାନେ ଜାଣିବାକୁ ଚାହିଁଥିଲେ ଯେ ଯଦି ଲୋକଙ୍କ ହିସାବରେ ଚାଉଳ ଆସୁଛି ତାହେଲେ ଚାଉଳ କମ୍‌ ଦିଆଯିବାର କାରଣ କଣ । ସେଥିପାଇଁ ଚାଉଳ ଅନଲୋଡ ଭିଡିଓ ରେକର୍ଡିଙ୍ଗ କରିବା ପରେ ରାଇଟ୍‌ ଟୁ ଇନଫରମେସନ୍‌ ବା ଆରଟିଆଇ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥାନ୍ତେ । କିନ୍ତୁ ଏହା ହୋଇପାରିଲାନାହିଁ । କାରଣ ରେକର୍ଡ କରିବା ସମୟରେ ଡିଲରଙ୍କ ସହଯୋଗୀ ଏବଂ ତାଙ୍କ ପୁଅ ଆସି ଯୁବକଙ୍କ ହାତରୁ ମୋବାଇଲ ଉଡାଇ ନେବାକୁ ଚେଷ୍ଟା କରି ମାଡ ମଧ୍ୟ ମାରିଲେ ।

ଉମର ପଂଚାୟତରେ ଥିବା ଡିଲର ପଏଣ୍ଟରେ ରାସନ ସାମଗ୍ରୀ ବଣ୍ଟନ ଦାଇତ୍ୱରେ ଥିବା ସୁକାନ୍ତ ମହାପାତ୍ର ଆସି କଣ ପାଇଁ ଭିଡ଼ିଓ ଉତ୍ତୋଳନ କରୁଛ କହି ମାର ପିଟ କରିଥିଲେ ବୋଲି ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ମୁଥ ମାରିବା ସହିତ ତାଙ୍କ ସାର୍ଟ ମଧ୍ୟ ଚିରି ଦେଇଛନ୍ତି ଡିଲରଙ୍କ ସହଯୋଗୀ । ଏ ନେଇ ଭଦ୍ରେଶ୍ୱର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ବିଶ୍ୱଜିତ ମହାପାତ୍ର । ଏପଟେ ଏହି ଘଟଣାରେ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି ସୁଶାନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.