Below header

ରଥଯାତ୍ରା ନୀତି ନେଇ ସଂଧ୍ୟାରେ ହେବ ନିଷ୍ପତ୍ତି

ପୁରୀ(କେନ୍ଯୁଜ୍): ସୁପ୍ରିମକୋର୍ଟଙ୍କ ରାୟ ମାନି ଚଳିତ ବର୍ଷ ପୁରୀରେ ହେବ ନାହିଁ ରଥଯାତ୍ରା । ମନ୍ଦିର ଭିତରେ କେମିତି ହେବ ନୀତି ସେନେଇ ସଂଧ୍ୟାରେ  ଛତିଶା ନିଯୋଗ ସହ ଆଲୋଚନା କରାଯିବ । ବୈଠକରେ ନିଯୋଗ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ରହିବେ । ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ ସେନେଇ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରିବ ପରିଚାଳନା କମିଟି । ଏନେଇ ଶଙ୍କରାଚାର୍ଯ୍ୟଙ୍କଠାରୁ ନିଆଯିବ ମତାମତ । ମନ୍ଦିର ଭିତରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ।

jagaଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଗଜପତି ମହାରାଜ କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ପାଳନ କରାଯିବ । ଗୁଣ୍ଡିଚା, ବାହୁଡ଼ା, ନୀଳାଦ୍ରିବିଜେ, ସୁନାବେଶ ଓ ଅଧରପଣା କୌଣସି ନୀତି ବାହାରେ କରିବା ସମ୍ଭବ ନୁହେଁ । ଆଜିର ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତ ସାମିଲ ଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଓ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ମାନିବା ପରେ ରଥଯାତ୍ରା ନୀତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ଯପଟେ ନିର୍ମାଣ ସରିଥିବା ରଥ ଗୁଡିକୁ କ’ଣ କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.