ଟିଟିଲାଗଡ଼: ସ୍ପେଶାଲ ଟ୍ରେନରେ ଯାତ୍ରା ସମୟରେ କନ୍ୟା ସନ୍ତାନ ଜନ୍ମ ଦେଲେ ପ୍ରବାସୀ ଶ୍ରମିକ

ଟିଟିଲାଗଡ଼: ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତିରୁପତି – ନବାପରା ରୋଡ଼ (୦୭୪୨୧) କୁ ଯାଉଥିବା ସ୍ପେଶାଲ ଟ୍ରେନ ଆଜି ସକାଳ ୯.୫୦ମିନିଟ ସମୟରେ ଟିଟଲାଗଡ଼ରେ ଆସି ପହଞ୍ଚିଥିଲା । ଟ୍ରେନ ପହଂଚିବାର ପାଖାପାଖି ୧୦ ମିନିଟ ପରେ ଏହି ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଟ୍ରେନ ଟିକୁ ତତକ୍ଷଣାତ ଲାଇନ ନମ୍ବର ୪
ରୁ ୧କୁ ଅଣାଯାଇଥିଲା । ଦାୟିତ୍ୱରେ ଥିବା ରେଳ ବିଭାଗ ଡାକ୍ତର ବା ଏଡିଏମଓ ପହଂଚି ମହିଳା ଜଣଙ୍କ ଚିକିତ୍ସା କରିଥିଲେ ।

ପରେ ରେଳ କର୍ମଚାରୀଙ୍କ ସହାୟତାରେ ସକାଳ ୧୦ .୩୦ ମିନିଟ ସମୟରେ ବ୍ୟବସ୍ଥା କରାଯାଇ ତାଙ୍କୁ ଟିଟିଲାଗଡ଼ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବିଶେଷ ସୂତ୍ରରୁ ମହିଳା ଜଣଙ୍କ ଟିଟିଲାଗଡ଼ ସ୍ଥିତ ଘାଣ୍ଟବଲ୍ଲି ଗ୍ରାମର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ତାଙ୍କ ନାମ କିରଣ ଛତର ତାଙ୍କ ବୟସ ୨୩ ବର୍ଷ ବୋଲି ମଧ୍ୟ ଜଣାଯାଇଛି । ସେ ଏହି ସ୍ପେଶାଲ ଟ୍ରେନର ବଗି S-୯ ରେ ଯାତ୍ରା କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.