Below header

ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବା ସ୍ୱପ୍ନ ହେବ ପୂରଣ, ଖାଲି ପଡିଛି ମେଡିକାଲ ଅଫିସର ପଦବୀ

ସ୍ୱାସ୍ଥ୍ୟବିଭାଗରେ ଆପଣ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବୋର୍ଡ ପକ୍ଷରୁ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ହେଉଛି। ଇଚ୍ଛୁକ ପ୍ରାର୍ଥୀ ୧୯ ଜୁନ୍‌ରୁ ଡବ୍ଲ୍ୟୁବିଏଚଆରବିର ଅଫିସିଆଲ ପୋର୍ଟାଲକୁ ଯାଇ ଏଥିରେ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଜୁନ ୨୯ ଶେଷ ତାରିଖ ରହିଛି।

ପଦବୀ :

ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର : ୧୧୭୪
ମେଡିକାଲ ଅଫିସର (ସ୍ପେଶାଲିଷ୍ଟ) : ୧୧୩୧

board

ଦରମା :

ଏହି ଦୁଇ ପଦବୀ ପାଇଁ ସର୍ବନିମ୍ନ ୧୫ ହଜାର ରହିଥିବା ବେଳେ ସର୍ବାଧିକ ୪୨ ହଜାର ଟଙ୍କା ରହିଛି।

ବୟସ :

ମେଡିକାଲ ଅଫିସର ପଦବୀରେ ଆବେଦନ କରିବାର ସର୍ବାଧିକ ବୟସ ୪୦ ରହିଛି। ସେହିପରି ଜେନେରୋଲ ଡ୍ୟୁଟି ମେଡିକାଲ ଅଫିସର ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୬ ବର୍ଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.