Below header

ଭୁବନେଶ୍ୱର : ମାଷ୍ଟର କ୍ୟାଣ୍ଟିନ୍‌ ୟୁକୋ ବ୍ୟାଙ୍କରେ ଲାଗିଲା ନିଆଁ, ଅଳ୍ପକେ ଟଳି ଗଲା ବଡ଼ ବିପତ୍ତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍‌ ନଗର ସ୍ଥିତ ୟୁକୋ ବ୍ୟାଙ୍କରେ ନିଆଁ ଆତଙ୍କ । ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଅଫିସ୍‌ ଭିତରେ କୌଣସି କାରଣରୁ ନିଆଁ ଲାଗିଗଲା । ସମସ୍ତେ ଡରିଗଲେ । ଦୌଡ଼ାଦୌଡ଼ି ହେଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌ କରାଗଲା । ତେବେ ଦମ୍‌କଳ ଆସି ପହଞ୍ଚିବା ପୂର୍ବରୁ କର୍ମଚାରୀ ଓ ଅନ୍ୟ ଲୋକମାନେ ମିଶି ନିଆଁକୁ ଲିଭାଇ ଦେଇଥିଲେ । ଯାହାଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା ।
ଯାହା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି, କେହି ଜଣେ ସିଗାରେଟ୍‌ ଖାଇ ପକାଇ ଦେବା ପରେ ବାହାର ଝରକା ପାଖରେ ନିଆଁ ଲାଗି ଯାଇଥିଲା । ନିଆଁ ଜଳୁଥିବା କଥା ବାହାରେ ଥିବା ଲୋକଙ୍କ ନଜରକୁ ଆସିବାରୁ ସେମାନେ ପାଟି କରିଥିଲେ । ଏହାପରେ ବ୍ୟାଙ୍କ କର୍ମଚାରୀଙ୍କୁ ଖବର ମିଳିଥିଲା । ସମସ୍ତେ ମିଶି ନିଆଁ ଲିଭାଇଥିଲେ । ଖଣ୍ଡିଏ ସିଗାରେଟ୍‌ର ନିଆଁ ଆଜି ଏକ ବଡ଼ ଦୁର୍ଘଟଣା ଘଟାଇବାକୁ ଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.