Below header

କଣ୍ଟାବାଞ୍ଜି ପଟେଲ କଲୋନୀରେ ଅଘଟଣ: ଫ୍ରିଜ୍‌ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଣ୍ଟାବାଞ୍ଜି : ଫ୍ରିଜ୍‌ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ । କଣ୍ଟାବାଞ୍ଜି ପଟେଲ କଲୋନୀର ଏକ ଘରେ ଫ୍ରିଜ କମ୍ପେସର ଫାଟି ଅଗ୍ନିକାଣ୍ଡ ଘଟିଛି । ଆସବାବପତ୍ର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଆଜି ସକାଳୁ କମଳ ଜୈନଙ୍କୁ ଘରୁ ଧୂଆଁ ବାହାରୁଥିଲା । ପରିବାରେ ଲୋକ ନିଆଁ ଲାଗିଥିବା ଜାଣି ଦମକଳବାହିନୀକୁ ଫୋନ କରିଥିଲେ । ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରଥମେ ଗୋଟିଏ କୋଠରୀ ପରେ ଅନ୍ୟ କୋଠରୀକୁ ନିଆଁ ବ୍ୟାପିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.