Below header

ବାଲେଶ୍ୱର ଧୂଳିଉଡା ଗାଁରେ ଅଗ୍ନିକାଣ୍ଡ, ୪୦ ଏକରରୁ ଉର୍ଦ୍ଧ୍ୱ ଜମି ପୋଡି ପାଉଁଶ

ବାଲେଶ୍ୱର(କେନ୍ୟୁଜ୍) : ନିଆଁ ଲାଗି ଜଳିଗଲା ଏକର ଏକର ଫସଲ। ବାଲେଶ୍ୱର ବସ୍ତା ବ୍ଲକ ଧୂଳିଉଡା ଗାଁରେ ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ୍ୱ ଜମି ପୋଡି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ଏକର ଏକର ଜମିରେ ଫସଲ ଜଳିପୋଡି ପାଉଁଶ ହୋଇଯାଇଥିଲା। ଜମିକୁ ରାସ୍ତା ନଥିବାରୁ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ପାରିନଥିଲା। ଜଳେଶ୍ୱର ବିଧାୟକ ଓ ବସ୍ତା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତିର ଆକଳନ ପରେ ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.