ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିବାବେଳେ ଦଳିଦେଲା ଦନ୍ତା , ମହିଳା ମୃତ

କ୍ଷତିପୂରଣ ଦାବିରେ ଭାଲୁମୁଣ୍ଡା ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ

ଢେଙ୍କାନାଳ(କେନ୍ୟୁଜ୍) : ପୁଣି ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ମହିଳା ମୃତ। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁର ନିରୁପମା ବିଶ୍ୱାଳ। ନିରୁପମା ଆଜି ସକାଳେ ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ellଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। କ୍ଷତିପୂରଣ ଦାବିରେ ଭାଲୁମୁଣ୍ଡା ଛକ ନିକଟରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି। ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି।

You might also like