Below header

ଖିଚିଂ ସ୍ଥିତ କୀଚକେଶ୍ୱରୀଙ୍କ ମନ୍ଦିର ପରିସରରେ ନିଆଁ, ଜଳିଗଲା ଏକାଧିକ ଔଷଧୀୟ ବୃକ୍ଷ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ ମାଆ କୀଚକେଶ୍ୱରୀଙ୍କ ମନ୍ଦିର ପରିସରରେ ଲାଗିଲା ନିଆଁ। ଅଧିଷ୍ଠାତ୍ରୀ ଦେବୀ ମାଆ କୀଚକେଶ୍ୱରୀ ମନ୍ଦିର ପରିସରରେ ଗତକାଲି ଅପରାହ୍ନ ୪ଟା ବେଳେ ନିଆଁ ଲାଗିଥିଲା। ଅଗ୍ନି କାଣ୍ଡ ଯୋଗୁ ଏଠାରେ ଥିବା ବିଭିନ୍ନ ମୂଲ୍ୟବାନ୍‌ ତଥା ଔଷଧୀୟ ଗଛ ସମେତ ଆମ୍ବ, କାଜୁ ଗଛ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଆୟତ୍ତ କରିବା ବହୁ କଷ୍ଟକର ହୋଇପଡିଥିଲା। ମନ୍ଦିର ପରିସରରେ ଥିବା ୧୪ ଏକର ଜାଗାରୁ ପ୍ରାୟ ଦୁଇ ଏକରରୁ ଅଧିକ ସ୍ଥାନରେ ନିଆଁ ଲାଗିଥିଲା। ତେବେ କେହି ଦୁର୍ବୃତ୍ତ ଜାଣିଶୁଣି ଏଭଳି ନିଆଁ ଲଗାଇଦେଇଥିବା ମନ୍ଦିର ପ୍ରଶାସନ ତରଫରୁ ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.