Below header

ବଦ୍ରିନାଥ ଧାମ ଖୋଲିବାର ମୁହୂର୍ତ୍ତ ହେଲା ସ୍ଥିର, ୧୮ ମାର୍ଚ୍ଚକୁ ଶ୍ରଦ୍ଧାଳୁ କରିପାରିବେ ଦର୍ଶନ

ଉତ୍ତରାଖଣ୍ଡ : ହିମାଳୟ ପାହାଡ଼ ଉପରେ ସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥଳ ବଦ୍ରିନାଥ ଧାମ ଆସନ୍ତା ମାର୍ଚ୍ଚ ମାସ ୧୮ ତାରିଖରୁ ଖୋଲିବ ବୋଲି ଜଣାପଡିିଛି । ବସନ୍ତ ପଞ୍ଚମୀ ଶୁଭ ମୁହୂର୍ତ୍ତ ଅବସରରେ ବଦ୍ରିନାଥ ଧାମ ଖୋଲିବାର ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଧାମ ୧୮ ମାର୍ଚ୍ଚ ଭୋର୍‌ ୪ଟା ୧୫ରେ ଖୋଲିବ ବୋଲି ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

badrinath
photo credit: punjabkesari

ଏହି ଦିନ ପୂଜାର୍ଚ୍ଚନା ପରେ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିପାରିବେ । ଉତ୍ତରାଖଣ୍ଡର ଚାରି ଧାମ ଶୀତ ଦିନ ପାଇଁ ବନ୍ଦ ରହିଥିଲା । ଚମେଲି ଜିଲ୍ଲାରେ ୩,୧୩୩ ମିଟର ଉଚ୍ଚରେ ଥିବା ବଦ୍ରିନାଥ ଧାମ ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରେ ମନ୍ଦିର ଖୋଲାହେବା ନେଇ ସମୟ ନିର୍ଘଣ୍ଟ ହୁଏ । ରାଜପୁରୋହିତଙ୍କ ଦ୍ୱାରା ସବୁ ଲୋକଙ୍କ ଉପସ୍ଥିତିରେ ସମୟ ନିର୍ଘଣ୍ଟ ହୋଇଥାଏ ।

ସେହିପରି କେଦାରନାଥ ଧାମ ଖୋଲା ହେବାର ତିଥି ଓଁକାରେଶ୍ୱର ମନ୍ଦିର ଉଖିମଠ ଠାରେ ୧୧ ମାର୍ଚ୍ଚ ଶିବରାତ୍ରି ଅବସରରେ ନିର୍ଣ୍ଣୟ ହୋଇଥାଏ । ସେହିପରି ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ଖୋଲା ହେବାର ସମୟ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ସ୍ଥିର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.