ବିନା କେମିକାଲରେ କରନ୍ତୁ ବ୍ଲିଚ, ତ୍ୱଚାରେ ଆଣନ୍ତୁ ପ୍ରାକୃତିକ ଚମକ

ଗୋରା ରଙ୍ଗ ପାଇବା ପାଇଁ ସାଧାରଣତଃ ମହିଳା ମାନେ ବ୍ଲିଚ ବ୍ୟବହାର କରିଥାନ୍ତି ।  କିଛି ଜଣ ପାର୍ଲର ଯାଇ ଏକ୍ସପର୍ଟଙ୍କ ଦ୍ୱାରା ମହଙ୍ଗା ମହଙ୍ଗା ବ୍ଲିଚ ବ୍ୟବହାର କରୁଥିବା ବେଳେ କିଛି ଜଣ ଘରେ ନିଜ ହାତ ତିଆରି ବ୍ଲିଚ ପ୍ରସ୍ତୁତ କରି ଚେହେରାରେ ଲଗେଇଥାନ୍ତି ।  କିନ୍ତୁ ସବୁବେଳେ କେମିକାଲ ଯୁକ୍ତ ବ୍ଲିଚ ବ୍ୟବହାର କରିବା ଦ୍ୱାରା ଏହାର କୁପ୍ରଭାବ ତ୍ୱଚା ଉପରେ ପଡିଥାଏ ।  ଆଉ ଏହି କ୍ଷତି ଲମ୍ବା ସମୟ ପରେ ନଜର ଆସୁଥିବା ବେଳେ ସବୁଦିନ ପାଇଁ ତ୍ୱଚାରେ ଦାଗ ହୋଇ ରହିଯାଏ ।  ପିଗମେଣ୍ଟସ ଠାରୁ ଆରମ୍ଭ କରି ଦାଗ ପଡିବା ସହ ରିଙ୍କଲସ ବି ପଡ଼ିଯାଏ ।  କିନ୍ତୁ ଏହି ସବୁ ବ୍ୟତୀତ କିଛି ଘରୋଇ ଜିନିଷରେ ଯଦି ଆପଣ ବ୍ଲିଚ ବନାଇ ଲାଗନ୍ତି ଏହା ତ୍ୱଚାକୁ କୌଣସି କ୍ଷତି ନପହଞ୍ଚାଇବା ସହ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଆସିବ ।

କେମିତି କରିବେ ପ୍ରସ୍ତୁତ:

-ଗୋଟେ ଚାମଚ ଚନ୍ଦନ ପାଉଡର ନେଇ ସେଥିରେ ଦୁଇ ଚାମଚ ପାଣି ମିଶାନ୍ତୁ ।  ଏବେ ଏହାକୁ ନିଜ ଚେହେରାରେ ଲଗାନ୍ତୁ ।  ଏହା ତ୍ୱଚାକୁ ଥଣ୍ଡା କରିବା ସହ ମେଲାନିନ ସଂଖ୍ୟା ମଧ୍ୟ କମାଇବ ।  ଆଉ ଏହା ସହ ତ୍ୱଚାର ଯୁବାପଣ ମଧ୍ୟ ବଜାୟ ରହିବ ।

natural glow new

– ମନେ ରଖିବେ ଏହି ପେଷ୍ଟକୁ ବ୍ରସ କିମ୍ବା ତୁଳା ସାହାଯ୍ୟରେ ନିଜ ଚେହେରାରେ ଲଗାଇବେ ।  ବେକ ସମେତ ଆଖି ଆଖପାଖ ଜାଗାରେ ବି ଲଗାଇ ପାରିବେ ।  ଭଲ ଭାବରେ ଶୁଖିଗଲେ ପାଣି ସାହାଯ୍ୟରେ ଧୋଇ ଦିଅନ୍ତୁ ।  ଯଦି ଚାହିଁବେ ତେବେ ଗୋଲାପ ଜଳ ସାହାଯ୍ୟରେ ବି ସ୍ପ୍ରେ କରି ଟ୍ୱିସ୍ୟୁ ପେପର ସାହାଯ୍ୟରେ ସଫା କରିପାରିବେ ।  ତ୍ୱଚାକୁ ଏକ ପ୍ରକାର ଫ୍ରେସ ରଖିବ ।

– ଏହି ନ୍ୟାଚୁରାଲ ପ୍ରଡକ୍ଟକୁ ଲଗାତାର କିଛି ସପ୍ତାହ ବ୍ୟବହାର କରିବା ପରେ ହିଁ ଏହାର ପ୍ରଭାବ ଦେଖାଦେବ ।  ତ୍ୱଚାକୁ କୌଣସି କ୍ଷତି ନ ପହଞ୍ଚାଇ ଯବାନ କରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.