Below header

ଭୁବନେଶ୍ଵର : ବ୍ୟାଟେରୀ ଗାଡିରେ ନିଆଁ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ପରିବାର

କେନ୍ୟୁଜ (ବ୍ୟୁରୋ) : ଅଗ୍ନିଶମ ବିଭାଗର ତୁରନ୍ତ ପଦକ୍ଷେପ ଯୋଗୁ ଏକ ବଡ ଅଘଟଣରୁ ବର୍ତ୍ତିଗଲା ଗୋଟିଏ ପରିବାର। ସୂଚନା ଅନୁଯାୟୀ ଏକ ବ୍ୟାଟେରୀ ଚାଳିତ ଗାଡିରେ ନିଆଁ ଲାଗିଥିଲା, ତେବେ ଭୂବନେଶ୍ୱର ଫାୟାର ଷ୍ଟେସନର ୬ ଜଣ କର୍ମଚାରୀ ତୁରନ୍ତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ୫ ମିନିଟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା । ଯେଉଁଥିପାଇଁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏକ ପରିବାର । ଏହି ଘଟଣାଟି ଭୁବନେଶ୍ଵରର କପିଳ ପ୍ରସାଦ ବିଡିଏ କଲୋନୀ ଏଚଆଇଜି ୧/୩୭ ନିକଟରେ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.