୧୦ ସେକେଣ୍ଡରେ ୧୮ ଥର ଦଉଡ଼ି ଡିଆଁ ଖେଳିଲେ ବାବା ରାମଦେବ, କହିଲେ-ପିଲାବେଳୁ ଯୋଗ କର; ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ବାବା ରାମଦେବ ପ୍ରାୟତଃ ସୋସିଆଲ ମିଡିଆରେ ଯୋଗ ଓ ବ୍ୟାୟାମ ସହ ଜଡ଼ିତ ଭିଡିଓ ସେୟାର କରିଥାନ୍ତି। ରାମଦେବ ଲୋକଙ୍କୁ ସୁସ୍ଥ ରହିବା ପାଇଁ ଯୋଗ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ ରାମଦେବ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ସ୍କିପିଂ କରୁଥିବା ଦେଖାଯାଇଛି।

ସ୍କିପିଂ କରିବା ସମୟରେ ରାମଦେବ ଲୋକଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଭିଡିଓରେ ରାମଦେବ ମାତ୍ର ୧୦ ସେକେଣ୍ଡରେ ୧୮ ଥର ସ୍କିପିଂ କରିବାରେ ସଫଳ ହୋଇଛନ୍ତି।

ରସି ଡେଇଁବା ବେଳେ ରାମଦେବ କହୁଛନ୍ତି ଆମ ଆୟୁଷ କେତେ ହେବେ ତାହା ପ୍ରକୃତି ଓ ପରମାତ୍ମାଙ୍କ ଉପରେ ନିର୍ଭର କରେ। କିନ୍ତୁ ଆମେ ନିଜ ଶରୀରକୁ କେତେ ନିରୋଗ ରଖିପାରୁଛେ ତାହା ଆମ ଉପରେ ନିର୍ଭର କରେ। ସୁସ୍ଥ ଓ ନିରୋଗ ରହିବା ପାଇଁ ପିଲାବେଳୁ ଯୋଗ କରିବା ଜରୁରୀ ବୋଲି ରାମଦେବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.