Below header

ଭାଷଣ ଦେଉଥିବାବେଳେ ନୀତିଶ କୁମାରଙ୍କୁ ହେଲା ପିଆଜ ମାଡ, ଯାହାପରେ ସିଏମ କେମିତି ରିଆକସନ୍‌ ଦେଲେ ଦେଖନ୍ତୁ

ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ୭ ନଭେମ୍ବର ଦିନ ହେବାକୁ ଯାଉଛି। ଏହି ଫେଜରେ ୧୫ ଜିଲ୍ଲାର ୭୬ ସିଟକୁ ନେଇ ମତଦାନ ହେବ। ଫଳରେ ବର୍ତ୍ତମାନ ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲୁଛି। ସବୁ ଦଳ ନିଜ ନିଜ ପାଇଁ ପୂରା ଶକ୍ତି ପ୍ରଦାନ କରିଦେଉଛନ୍ତି ଏହି ପ୍ରଚାର ନିର୍ବାଚନରେ।

ଏହି କ୍ରମରେ ସିଏମ ନୀତିଶ୍‌ କୁମାର ମଧୁବନିର ହରଲାଖି ବିଧାନସଭା କ୍ଷେତ୍ରର ଜେଡିୟୁ ପ୍ରାର୍ଥୀ ସୁଧାଂଶୁ ଶେଖରଙ୍କ ପାଇଁ ପ୍ରଚାର କରୁଥିଲେ। କିନ୍ତୁ ଏତିକିବେଳେ ଏକ ଅଭାନୀୟ ପରିସ୍ଥିତି ସୃଷ୍ଟି ହେଲା। ସିଏମ ନୀତିଶ୍‌ କୁମାର ଯେତେବେଳେ ନିର୍ବାଚନୀ ସଭାରେ ରୋଜଗାର ଏବଂ ଚାକିରୀ ବିଷୟରେ କହୁଥିଲେ ଠିକ ସେତିକିବେଳେ ଜଣେ ଯୁବକ ମଞ୍ଚ ଉପରେ ଭାଷଣ ଦେଉଥିବା ସିଏମଙ୍କ ଉପରକୁ ପିଆଜ ଫୋପାଡିଲେ।

ଯାହାପରେ ନୀତିଶ କୁମାର ଯୁବକଙ୍କୁ ଆହୁରି ଫୋପାଡ, ଫୋପାଡି ଚାଲ, ଏହାର କୌଣସି ପ୍ରଭାବ ପଡିବନି ବୋଲି ମଞ୍ଚ ଉପରେ ଚିଲେଇ ଚିଲେଇ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଯାହା କୁହାଯାଉଛି ପିଆଜର ମହଙ୍ଗା ଦର ଦେଖି ଯୁବକ ଜଣଙ୍କ ଏପରି କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.