କମ୍ପାନିମାନେ ବଦଳାଉଛନ୍ତି ଚାକିରି ସର୍ତ୍ତାବଳି : ଆଗକୁ ଯିବ ବହୁ ଚାକିରି, ଚାକିରି କରିବାକୁ ହେଲେ ଶିଖିବାକୁ ହେବ ଏହି ୧୦ ଟି ନୁଆ ସ୍କିଲ୍‌

କରୋନା କେବଳ ଶାରୀରିକ ନୁହେଁ ମାନସିକ ଓ ଆର୍ଥିକ ସ୍ଥିତି ଉପରେ ପ୍ରହାର ପକାଇଛି । ଇଣ୍ଟରନେସ୍‌ନାଲ୍‌ ଲେବର ଅର୍ଗାନାଇଜେସନ୍‌ (ଆଇଏଲ୍‌ଓ) ଓ ଏସିୟନ୍‌ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ୍‌(ଏଡିବି) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୧୨.୨ କୋଟି ଲୋକ ଚାକିରି ହରାଇଛନ୍ତି । ଏହି ସଂଖ୍ୟା କେବଳ ଗତ ଅଗଷ୍ଟ ମାସ ଯାଏ ନିଆଯାଇଛି ।

ଏବେ କଥା ପଡ଼ିଛି ନୂଆ ଚାକିରି ବିଷୟରେ । ତବେ ଏହି ନୁଆ ଚାକିରି କିପରି ମିଳିବ, କେଉଁଠି ମିଳିବ ଓ କ’ଣ ରହିବ ସର୍ତ୍ତ ଏହା କେହି ଜାଣି ନାହାଁନ୍ତି ।
ଓ୍ଵାର୍ଲ୍ଡ ଇକୋନୋମିକ ରିପୋର୍ଟ ଅନୁଯାୟୀ କରୋନା ଭବିଷ୍ୟତ ଚାକିରିରେ ବିକାଶ ଆଣିବ । ଏମିତି ସବୁ କମ୍ପାନିରେ ଚାକିରି ଆସିବ ଯେଉଁଠି ନୁଆ ପ୍ରକାର ସ୍କିଲ୍ସ ଓ ପ୍ରୋଟୋକଲ୍‌ର ଆବଶ୍ୟକତା ହେବ । ଆସନ୍ତା ୫ ବର୍ଷ ଭିତରେ ସାରା ଦୁନିଆରେ ୯.୭ କୋଟି ନୂଆ ଚାକିରି ସୃଷ୍ଟି ହେବ । ହେଲେ ୮.୫ କୋଟି ଲୋକଙ୍କ ଚାକିରି ଯିବ ।

JOB-1

ଆସନ୍ତୁ ଜାଣିବା ଭବିଷ୍ୟତରେ ଆସିବାକୁ ଥିବା ଚାକିରି ପାଇଁ କେଉଁ ସ୍କିଲ୍‌ର ଆବଶ୍ୟକତା ପଡ଼ିବ । ମୁଖ୍ୟ କଥା କ’ଣ –
ଭବିଷ୍ୟତରେ ଚାକିରି ପାଇବାକୁ ହେଲେ ଏହି ୪ଟି ସ୍କିଲ ଗୁରୁତ୍ୱପୂର୍ଣ୍ଣ :

୧- ପ୍ରୋବ୍‌ଲମ୍‌ ସଲ୍‌ଭିଙ୍ଗ୍‌
୨- ସେଲ୍ଫ ମ୍ୟାନେଜମେଣ୍ଟ
୩- ଓ୍ଵାର୍କ ଓରିଏଣ୍ଟେଡ୍‌ ପିପୁଲ୍‌  
୪- ଟେକ୍‌ନୋଲୋଜି ୟୁଜ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ

JOB-2

୧୦ ଟି ମୁଖ୍ୟ ସ୍ଥାନ ଯେଉଁଠି ନୂଆ ଚାକିରି ମିଳବ :

୧.ଡାଟା ଏନ୍‌ଲିଷ୍ଟ ଓ ସାଇଣ୍ଟିଷ୍ଟ, ୨.ଏଆଇ ଓ ମେସିନ୍‌ ଲର୍ଣ୍ଣିଙ୍ଗ୍‌ ସ୍ପେଷାଲିଷ୍ଟ, ୩.ବିଗ୍‌ ଡାଟା ସ୍ପେଷାଲିଷ୍ଟ, ୪.ଡିଜିଟାଲ୍‌ ମାର୍କେଟିଙ୍ଗ୍‌ ଓ ଷ୍ଟ୍ରାଟେଜି ସ୍ପେଷାଲିଷ୍ଟ, ୫.ଅଟୋମେସନ୍‌ ଏକ୍ସପର୍ଟସ୍‌, ୬.ବିଜିନେସ୍‌ ଡେଭଲପ୍‌ମେଣ୍ଟ ପ୍ରଫେସନାଲ, ୭.ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସ୍ପେଷାଲିଷ୍ଟ, ୮.ଇନ୍‌ଫର୍ମେସନ ସିକ୍ୟୁରିଟି ଏନାଲିଷ୍ଟ, ୯.ସପ୍ଟେଓ୍ଵୟାର ଓ ଏପ୍ଲିକେସନ୍‌ ଡେଭ୍‌ଲପର୍ସ  ୧୦.ଇଣ୍ଟରନେଟ୍‌ ସ୍ପେଶାଲିଷ୍ଟ ।

୧୦ ଟି ସ୍ଥାନ ଯେଉଁଠିରହିଛି ଚାକିରି ଯିବା ଭୟ :

୧.ଡାଟା ଏଣ୍ଟ୍ରି କ୍ଲର୍କ, ୨.ଆଡ୍‌ମିଷ୍ଟ୍ରେଟିଭ୍‌ ଓ ଏକ୍‌ଜ୍ୟୁଟିଭ୍‌ ସେକ୍ରେଟାରୀ, ୩.ଆକାଉଣ୍ଟିଂ, ବୁକ୍‌ କିପିଙ୍ଗ୍‌ ଓ ପେ-ରୋଲ୍‌ କ୍ଲର୍କ, ୪.ଆକାଉଣ୍ଟାଣ୍ଟ ଓ ଅଡିଟରସ୍‌, ୫.ଆସେମ୍ବଲ୍‌ ଓ ଫ୍ୟାକ୍ଟ୍ରି ଓ୍ଵାର୍କରର୍ସ, ୬.ବିଜିନେସ୍‌ ଓ ଆଡ୍‌ମିନ୍‌ଷ୍ଟ୍ରେଟିଭ ମ୍ୟାନେଜସ୍‌ର୍, ୭.କ୍ଲାଏଣ୍ଟ ଓ କଷ୍ଟମର ସର୍ବିସ୍‌ ଓ୍ଵାର୍କରସ୍‌, ୮.ଅପରେସନ୍‌ ମ୍ୟାନେଜର, ୯.ମେସିନ୍‌ ରିପେୟର୍ସ, ୧୦.ଷ୍ଟକ୍‌ କିପିଙ୍ଗ୍‌ କ୍ଲର୍କ ।

JOB-3

୧୦ ଟି ମୁଖ୍ୟ ସ୍କିଲ୍ସ ଯାହା ୫ ବର୍ଷ ଭିତରେ ଶିଖିବା ଜରୁରୀ :

୧.ଏନାଲିଟିକାଲ୍‌ ଥିଂକିଙ୍ଗ୍‌ ଓ ଇନୋଭେସନ୍‌, ୨.ଏକ୍ଟିଭ ଲର୍ଣ୍ଣିଂ ଷ୍ଟ୍ରାଟାଜି, ୩. କମ୍ଲେକ୍ସ ପ୍ରୋବ୍‌ଲମ୍‌ ସଲ୍‌ଭିଂ, ୪. କ୍ରିଟିକାଲ୍‌ ଥିଂକିଙ୍ଗ୍‌ ଆଣ୍ଡ୍‌ ଆନାଲିସିସ୍‌, ୫. କ୍ରିଏଟିଭିଟି, ଅରିଜିନାଲିଟି, ଇନିସିଏଟିଭ, ୬.ଲିଡରସିପ୍‌ ଓ ସୋସିଆଲ୍‌ ଇନ୍‌ଫ୍ଲୁଏନ୍ସ, ୭. ଟେକ୍‌ନୋଲୋଜି ୟୁଜ୍‌, ମନିଟରିଙ୍ଗ୍‌ ଓ କଣ୍ଟ୍ରୋଲ୍‌, ୮.ଟେକ୍‌ନୋଲୋଜି ଡିଜାଇନ୍‌ ଓ ପ୍ରୋଗ୍ରାମିଙ୍ଗ୍‌, ୯. ଟ୍ରେସ୍‌ ଟଲେରାନ୍ସ ଓ ଫ୍ଲେଜିବିଲିଟ୍‌, ୧୦. ରିଜନିଂ, ପ୍ରୋବ୍‌ଲମ୍‌ ସଲ୍‌ଭିଂ ଓ ଆଇଡିଏସନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.