Below header

ଭଞ୍ଜନଗର : ଖରାଦିନିଆ ନିଆଁରେ ଜଳିଗଲା ୩୦ ବଖରା ଘର

ଭଞ୍ଜନଗର (କେନ୍ୟୁଜ୍‌) : ଚାହୁଁ ଚାହୁଁ ଜଳିଗଲା ୧୫ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦ ବଖରା ଘର। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନୂଆଁଦୁରିଙ୍ଗି ଗାଁରେ ଘଟିଛି ଏହି ଭୟାନକ ଅଗ୍ନିକାଣ୍ଡ । ନିଆଁ ର ପ୍ରକୋପ ଏତେ ଭୟାବହ ଥିଲା ଯେ ତାକୁ ଲିଭାଇବା ଅତି କଷ୍ଟକର ହୋଇପଡିଥିଲା ସ୍ଥାନୀୟ ଲୋକଙ୍କ ପାଇଁ । ନିଆଁ ଲାଗିବା ମାତ୍ରେ ପବନର ବେଗ ବଢ଼ିଲା ଏବଂ ଚାରି ଆଡ଼କୁ ନିଆଁ ବ୍ୟାପିଗଲା ।

FIRE-3

ଏହି ଗାଁଟି ବଣ ପାହାଡ ଘେରା ଅଞ୍ଚଳରେ ଥିବାରୁ ବହୁ କଷ୍ଟରେ ଗାଁରେ ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ନିଆଁକୁ ଲିଭାଇ ଥିଲା । ତେବେ ସେତେବେଳେକୁ ଅନେକ ଘର ଜଳି ପୋଡ଼ି ପାଉଁଶ ହୋଇ ସାରିଥିଲା । କ୍ଷତିଗ୍ରସ୍ତ ମାନେ ହେଉଛନ୍ତି ଗରିବ ପରିବାରର । ସେମାନେ ନିଜ ନିତ୍ୟ ବ୍ଯବହାର୍ଯ୍ଯ ସାମଗ୍ରୀକୁ ମଧ୍ୟ ବଞ୍ଚାଇ ପାରିଲେ ନାହିଁ । ଏବେ ସେମାନେ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡ଼ିଛନ୍ତି । ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.