ମାର୍କେଟରେ ଏବେ ପାନ ଏଟିଏମ୍‌, ଚବିଶ ଘଣ୍ଟା ଯେତେବେଳେ ଚାହିଁବେ ମିଳିବ ପାନ

ପାନ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଥରେ ଯଦି କିଏ ଏହି ପାନ ଖାଇବା ଅଭ୍ୟାସରେ ପଡିଯାଆନ୍ତି ପରେ ଯେତେ ଚାହିଁଲେ ବି ପାନ ଛାଡିପାରନ୍ତିନି। ପାନ ସୌକିନ ମାନଙ୍କୁ ଖାଇବା ପରେ ଯେପର୍ଯ୍ୟନ୍ତ ପାନ ନମିଳିଛି, ସେତେ ପର୍ଯ୍ୟନ୍ତ ତାଙ୍କୁ ଭଲ ଲାଗିନଥାଏ। ଆଜିକାଲି ମାର୍କେଟରେ ଭିନ୍ନ ଭିନ୍ନ ପ୍ରକାରର ପାନ ଉପଲବ୍ଧ ହେଲାଣି। ଅଧିକାଂଶ ଲୋକଙ୍କୁ ଘର ପାନ ଅପେକ୍ଷା ଦୋକାନ ପାନ ଅଧିକ ପସନ୍ଦ ଆସିଥାଏ। ତେଣୁ ସେମାନେ ଦୋକାନରୁ ପାନ କିଣି ଖାଆନ୍ତି। କିନ୍ତୁ ଏହି ପାନ ବଜାରରେ ସେତେ ଯାଏଁ ମିଳିଥାଏ ଯେତେ ପର୍ଯ୍ୟନ୍ତ ଦୋକାନ ଖୋଲାଥିବ। ଆଉ ଯଦି ଦୋକାନ ବନ୍ଦ ଅଛି ଆପଣଙ୍କ ପାନ ଖାଇବା ବି ବନ୍ଦ। କିନ୍ତୁ ଏବେ ଦୋକାନ ବନ୍ଦ ଥିଲେ ବି ଆପଣ ପାନ ପାଇପାରିବେ।

panaaଆଜ୍ଞା ହଁ ବନ୍ଧୁଗଣ ମାର୍କେଟକୁ ଆସିଛି ପାନ ଏଟିଏମ୍‌। ଲୋକଙ୍କ ଚାହିଦାକୁ ନଜରରେ ରଖି ମାର୍କେଟକୁ ଆସିଛି ପାନ ଏଟିଏମ୍‌। ପୂର୍ବରୁ ଆପଣ ଗୁପଚୁପ ଏଟିଏମ୍‌ ବିଷୟରେ ଶୁଣିଥିଲେ, କ୍ଷୀର ଏଟିଏମ, ପାଣି ଏଟିଏମ ଆଉ ଏବେ ପାନ ଏଟିଏମ୍‌। ଟଙ୍କା ଏଟିଏମ ଭଳି ଏହି ପାନ ଏଟିଏମରେ ୨୪ ଘଣ୍ଟା ଆପଣ ପାନ ପାଇପାରିବେ। ଦୋକାନ ବନ୍ଦ ଥିଲେ ବି ଆଉ ଚିନ୍ତା ନାହିଁ କାରଣ ଏହି ଏଟିଏମରୁ ସବୁ ସମୟରେ ଆପଣ ପାନ ପାଇପାରିବେ। ଆପଣ ଭାବୁଥିବେ ଏହି ପାନ ଏଟିଏମ କେଉଁଠି ଅଛି, ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ମହାରାଷ୍ଟ୍ର ପୁଣେରେ ଏହି ପାନ ଏଟିଏମ୍‌ ଖୋଲିଛି। ଏହି ମେସିନ ଭାରତର ପ୍ରଥମ ଅଟୋମେଟିକ୍‌ ପାନ ଡିସପେନସର ବୋଲି ଦାବି କରାଯାଉଛି। ମହାରାଷ୍ଟ୍ରର ଜଣେ ଦୋକାନୀ ସ୍ୱତନ୍ତ୍ର ଭାବେ ଏହି ଏଟିଏମ୍‌ ବସାଇଛନ୍ତି। ଏହି ଏଟିଏମ ମେସିନ ଗୋଟେ ସପ୍ତାହ ପୂର୍ବରୁ ଖୋଲାଯାଇଛି। ଏହି ପାନ ଏଟିଏମରୁ ପାନ ବାହାର କରିବାକୁ ହେଲେ ପ୍ରଥମେ ଏଟିଏମ୍‌ ଉପରେ ବାରକୋଡ ସ୍କାନ କରିବାକୁ ହେବ। ଏହାପରେ ଇଣ୍ଟରଫେସ ଜରିଆରେ ଆପଣଙ୍କ ମୋବାଇଲକୁ ପାନର ପୂରା ଲିଷ୍ଟ ଆସିଯିବ, ଆପଣ ଏହି ଲିଷ୍ଟରୁ ଆପଣଙ୍କ ପସନ୍ଦର ପାନ ବାଛିବେ। ଏହି ପାନ ପାଇଁ ଅନଲାଇନ ପେମେଣ୍ଟ କରିବା ପରେ ଏଟିଏମରୁ ଏକ ଛୋଟ ବକ୍ସରେ ବହୁତ ପରିସ୍କାର ଭାବରେ ପ୍ୟାକ ହୋଇଥିବା ପାନ ବାହାରକୁ ଆସିଯିବ। ମ୍ୟାଙ୍ଗୋ, ଚକୋଲେଟ, ଆଇରିସ୍‌ କ୍ରୀମ, ମସାଲା, ଡ୍ରାଏ ଫ୍ରଟ ଭଳି ଅନେକ ଫ୍ଲେବରର ପାନ ଏହି ମେସିନରେ ଉପଲବ୍ଧ ରହିଛି।

panaବହୁ ପୁରାତନ କାଳରୁ ଭାରତରେ ପାନ ଖାଇବାର ପରମ୍ପରା ରହିଛି। ଆମ ଓଡିଆରେ ତ ରଜପର୍ବରେ ରଜ ପାନ ଖାଆନ୍ତି ଲୋକେ। ଗାଁରୁ ସହର ଗଳି କନ୍ଦି ସବୁଆଡେ ପାନ ଦୋକାନ ଦେଖିବାକୁ ମିଳେ। ତେବେ ଏହି ଅଟୋମେଟିକ ପାନ ଡିସପେନସର ଲଗାଇବା ପଛରେ ୫୧ ବର୍ଷୀୟ ଶରଦ ମୋରେଙ୍କର ହାତ ରହିଛି। ତାଙ୍କ ବାପା ଏକ କପଡା ମିଲରେ କର୍ମଚାରୀ ଥିଲେ। ଅଶି ଦଶକରେ କପଡା ମିଲ୍‌ ବନ୍ଦ ହେବା ପରେ ପରିବାରରେ ଆର୍ଥିକ ସମସ୍ୟା ଦେଖାଦେଲା। ୧୬ ବର୍ଷ ବୟସରେ ଶରଦ ମୋରେ ସକାଳୁ ଲୋକଙ୍କୁ ଖବର କାଗଜ ବାଣ୍ଟୁଥିଲେ। ଏହାପରେ ଏକ ଅଟୋ ରିପେୟାର ଦୋକାନରେ କାମ କଲେ। ସେଠାରେ କୌଣସି ଏକ ଦୁର୍ଘଟଣାରେ ଶରଦ ମୋରେଙ୍କର ହାତ କଟିଗଲା। ତାଙ୍କର ଜଣେ ଚିହ୍ନା ପରିଚିତ ନିଜ ରେଷ୍ଟୁରାଣ୍ଟ ବାହାରେ ଶରଦଙ୍କୁ ପାନ ଦୋକାନ ଖୋଲିବାକୁ ଅନୁମତି ଦେଲେ।

ଏହାପରେ ୨୦୦୪ ମସିହାରେ ଟଙ୍କା ସଞ୍ଚୟ କରି ନିଜର ଏକ ପାନ ଦୋକାନ ଖୋଲିଲେ। ଶରଦଙ୍କର ଏହି ଦୋକାନରେ ୫ ଟଙ୍କାରୁ ଆରମ୍ଭ କରି ଏକ ହଜାର ଟଙ୍କା ପର୍ଯ୍ୟନ୍ତ ପାନ ରହିଛି। ଏହି ପାନ ଏଟିଏମରେ ପାଖାପାଖି ୪୦ ପ୍ରକାର ପାନ ଉପଲବ୍ଧ ରହିଛି। ଶରଦ ଦାବି କରିଛନ୍ତି ଯେ ସେ ପାନର ଏହି ଏଟିଏମର ପେଟେଣ୍ଟ ଏବଂ କପିରାଇଟ୍‌ ହାସଲ କରିଛନ୍ତି। ଆଗକୁ ବଡ ବଡ ରେଷ୍ଟୁରାଷ୍ଟ ଏବଂ ସପିଙ୍ଗ ମଲରେ ତାଙ୍କର ଏହି ଡିସପେନସରକୁ ଖୋଲିବାର ସେ ଆଶା ରଖିଛନ୍ତି। ପାନ ସୌକିନଙ୍କ ଏହି ମେସିନ୍‌ ବ୍ୟବସ୍ଥା କରାଯାଇଥିବାରୁ ଏହି ଦୋକାନର ନାମ ସୌକିନ୍‌ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.