ୟୁରିକ ଏସିଡକୁ କଣ୍ଟ୍ରୋଲ କରିବା ପାଇଁ ଆପଣାନ୍ତୁ ୪ଟି ଘରୋଇ ଉପାୟ, ଯାହା ଆପଣଙ୍କୁ ରଖିବ ଫିଟ୍‌

ବାହାର କାମରେ ଲୋକ ଏତେ ବ୍ୟସ୍ତ ରହୁୁଛନ୍ତି ଯେ ନିଜ ଶରୀର ପ୍ରତି ଦୃଷ୍ଟି ଦେବାକୁ କାହାକୁ ସମୟ ନାହିଁ। ଆଜିର ସମୟରେ ଖରାପ ଲାଇଫଷ୍ଟାଇଲ ତା’ ସାାଙ୍ଗକୁ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଲୋକମାନେ ଅନେକ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବେ ଯେଉଁ ରୋଗ ବୃଦ୍ଧମାନଙ୍କୁ ହେଉଥିଲା ତାହା ଏବେ କମ୍‌ ବୟସର ଲୋକଙ୍କୁ ମଧ୍ୟ ଗ୍ରାସ କରୁଛି। ତେବେ ରୋଗର କାରଣ ତ ଅନେକ। ତା’ ମଧ୍ୟରୁ ୟୁରିକ ଏସିଡ ଅନ୍ୟତମ। ଶରୀରରେ ପ୍ୟୁରିନ ଏସିଡ ନାମକ ପ୍ରୋଟିନର କ୍ଷମତା ହ୍ରାସ ପାଇଲେ ତାହା ୟୁରିକ ଏସିଡରେ ପରିଣତ ହୁଏ। ସାଧାରଣତଃ ୟୁରିକ ଏସିଡ ମଳ-ମୂତ୍ର ଜରିଆରେ ଶରୀରରୁ ବାହାରକୁ ନିର୍ଗତ ହୋଇଥାଏ।

health
pc: Harvard health- Harvard university

ଶରୀରରେ ୟୁରିକ ଏସିଡର ମାତ୍ରା ବଢ଼ିବା ଦ୍ୱାରା ଗଣ୍ଠିବାତ, ଗୋଇଠି ଯନ୍ତ୍ରଣା, ଉଠା -ବସାରେ ଅସୁବିଧା ଏବଂ ଆଙ୍ଗୁଠିରେ ଯନ୍ତ୍ରଣା ବଢ଼ିଯାଏ। ଏଭଳି କିଛି ଅସୁବିଧାର ଯଦି ଆପଣ ସମ୍ମୁଖିନ ହେଉଥାନ୍ତି ତା’ହେଲେ ଆମେ ଆପଣଙ୍କୁ ଏହାର ନିରାକରଣ ସଂପର୍କରେ ଜଣାଇବୁ।

ଭିଟାମିନ-ସି ଥିବା ଫଳ:

ଶରୀରରେ ୟୁରିକ ଏସିଡର ମାତ୍ରା ବଢ଼ିଲେ ଭିଟାମିନ-ସି ଯୁକ୍ତ ଫଳର ଆହାର କରନ୍ତୁ। ଚେରୀ, ବ୍ଲୁ ବେରୀ, ସତେଜ ଫଳ ରସକୁ ସେବନ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରରେ ୟୁରିକ ଏସିଡର ସ୍ତର ନିୟନ୍ତ୍ରିତ ରହିବ।

ହାଇ ଫାଇବର ଫୁଡ:

ଶରୀରରେ ୟୁରିକ ଏସିଡର ମାତ୍ରାକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ହାଇ ଫାଇବର ଫୁଡ ଖାଇବାକୁ ପଡିବ। ଏହା ୟୁରିକ ଏସିଡକୁ ଶୁଖାଇବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବାଦାମ, ଅଙ୍ଗୁର ଭଳି ଖାଦ୍ୟକୁ ସେବନ କରନ୍ତୁ। ଅଙ୍ଗୁର କୋଳିର ମଞ୍ଜିକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।

ସେଓ ସିରକା:

ସେଓ ର ସିରକା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ। ଏହାର ଅନେକ ଫାଇଦା ରହିଛି ଶରୀର ପାଇଁ। ଏହା ଶରୀରରେ ୟୁରିକ ଏସିଡର ସ୍ତରକୁ ନିୟନ୍ତ୍ରିତ ରଖିଥାଏ। ଏହାକୁ ଆପଣ ପାଣିରେ ମିଶାଇ ସେବନ କରିପାରିବେ।

health090

ଧନିଆ ପତ୍ର:

ଏଥିରେ ମଧ୍ୟ ଅନେକ ପୋଷକ ତତ୍ତ୍ୱ ଭରି ରହିଛି ଯାହା ଆପଣଙ୍କ ଶରୀରରେ ୟୁରିକ ଏସିଡର ମାତ୍ରାକୁ କଣ୍ଟ୍ରୋଲ କରିଥାଏ। ଏଥିରେ ଆଣ୍ଟି- ଅକ୍ସିଡେଣ୍ଟ ଗୁଣ ରହିଛି। ଏହା ଶରୀରରୁ ବିଭିନ୍ନ ଗଣ୍ଠିବାତ ସମସ୍ୟାକୁ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.