Below header

ନୟାଗଡ଼: ମନରେଗାକୁ ନେଇ ଫୁଟିଲା ଗୁଳି, VLW ଗୁରୁତର

ନୟାଗଡ଼ରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ନେଇ ଗୁଳିକାଣ୍ଡ । ଏଥିରେ ଭିଏଲ୍‌ଡବ୍ଲୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ମେଡିକାଲ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଏକ ଜରୁରୀ ବୈଠକ ହେବାକୁ ଥିବା ବେଳେ ବିକାଶ ବେହେରା ନାମକ ଜଣେ ବ୍ୟକ୍ତି ଭିଏଲ୍‌ଡବ୍ଲୁ ମୁରଲୀ ବାରିକଙ୍କୁ ଗୁଳିମାଡ଼ କରିଥିଲେ । ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହେଉଥିବା କାର୍ଯ୍ୟକୁ ନେଇ ଗୋଷ୍ଠୀ ବିବାଦରୁ ଏଭଳି ଘଟିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.