Below header

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ, ଅଞ୍ଚଳର ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସେ ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିଥିଲେ । ଆଜି ସକାଳେ ସାଂସଦ ଡ. ସାମନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ସେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଆଜି ସାଂସଦ ଡ. ସାମନ୍ତ ବୌଦ୍ଧ ଜିଲ୍ଲା ପରିଷଦ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇଥିଲେ । ପରେ ଡ. ସାମନ୍ତ କଣ୍ଟାମାଳ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଡ. ସାମନ୍ତ ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କ ସହ ସଂଗଠନ ଓ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.