ଚର୍ଚ୍ଚାରେ ଆଉ ବିଜେପି ନେତା ଚିନ୍ମୟାନନ୍ଦ, ବିରୋଧରେ ଆସିଲା ନିର୍ଯାତନା ମାମଲା

ବଳାତ୍କାର ମାମଲାକୁ ନେଇ ଉତ୍ତରପ୍ରଦେଶ ବିଧାୟକ କୁଲଦୀପ ସେଂଗାରଙ୍କ ପରେ ଏବେ ଆଉ ଜଣେ ବିଜେପି ନେତା ଚର୍ଚ୍ଚାରେ। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ମାମଲା। ସେପଟେ ଏହି ମାମଲାକୁ ସୁପ୍ରିମକୋର୍ଟ ସଂଜ୍ଞାନକୁ ନେଇଛି। ଫଳରେ ସାହାଜନପୁର ଏସ୍‌.ଏସ୍‌.ଲ କଲେଜ ଏଲଏଲଏମ୍‌ ଛାତ୍ରୀଙ୍କ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ହରଡଘଣାରେ ପଡିଛନ୍ତି । ସପ୍ରିମକୋର୍ଟ ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ସଂପୃକ୍ତ ଛାତ୍ରୀଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର. ଭାନୁମତି ମାମଲାର ଶୁଣାଣୀ କରି ତୁରନ୍ତ ସଂପୃକ୍ତ ଛାତ୍ରୀଙ୍କୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ: ଆପଣ ଏହି ସମୁଦ୍ରରେ ବୁଡ଼ିବେ ନାହିଁ, ନିଆରା ଅନୁଭବ ଦେବ ‘ମୃତ ସାଗର’

ସେପଟେ ସଂପୃକ୍ତ ଛାତ୍ରୀଙ୍କୁ ରାଜସ୍ତାନରୁ ଆଜି ଉଦ୍ଧାର କରାଯାଇଥିବା ଉତ୍ତରପ୍ରଦେଶ ପୋଲିସ କହିଛି। ଏଥିସହ ସଂପୃକ୍ତ ଛାତ୍ରୀଙ୍କ ବିରୋଧରେ ସ୍ୱାମୀ ଚିନ୍ମୟାନନ୍ଦ ମଧ୍ୟ ମାମଲା ରୁଜୁ କରିଛନ୍ତି। ଛାତ୍ରୀ ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରିବା ସହ ୫ କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ସ୍ୱାମୀ ଚିନ୍ମୟାନନ୍ଦଙ୍କ ପରିଚାଳିତ ଏସଏସ ଲ କଲେଜର ଜଣେ ଛାତ୍ରୀ ଏହି ଅଭିଯୋଗ କିରଥିଲେ। ତାଙ୍କୁ ସ୍ୱାମୀ ଚିନ୍ମୟାନନ୍ଦ ଯୌନ ନିର୍ଯାତନା ଦେବା ହ ଅପହରଣ କରିଥିବା ସଂପର୍କରେ ସୋସିଆଲ୍‌ ମିଡିଆରେ ଗତ ଶୁକ୍ରବାର ଦିନ ଭିଡିଓ ଭାଇରାଲ କରିଥିଲେ। ନିଜର ଅସହାୟତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ନିଜର ଓ ତାଙ୍କ ପରିବାର ସୁରକ୍ଷା ପାଇଁ ନିବେଦନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.