Below header

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଜି ବି ଲାଗି ରହିଛି ଚାପା ଉତ୍ତେଜନା

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ସଂପୃକ୍ତି ଅଭିଯୋଗ ନେଇ ଲଙ୍କାକାଣ୍ଡ ଭିଆଇଥିଲେ ଉତ୍ୟକ୍ତ ଲୋକ। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ରାସ୍ତାରୋକ କରିଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା ଆନ୍ଦୋଳନ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଅଧିକ ଖୋଳତାଡ ଜାରି । ଆଜି ବି ଚାପା ଉତ୍ତେଜନା ଲାଗି ରହିଛି । ଥାନା ପରିସ୍ଥିତି ନିୟନ୍ତ୍ରଣରେ ରହିଥିଲେ ବି ବଳବତ୍ତର ରହିଛି ୧୪୪ ଧାରା । ୧୫ରୁ ଅଧିକ ଆନ୍ଦୋଳନକାରୀ ଅଟକ ରଖିଛି ପୋଲିସ । ଆକ୍ରମଣକାରୀ ଚିହ୍ନଟ ହୋଇଛନ୍ତି ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ସଂପୃକ୍ତି ଅଭିଯୋଗ ନେଇ ଲଙ୍କାକାଣ୍ଡ ଭିଆଇଥିଲେ ଉତ୍ୟକ୍ତ ଲୋକ। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ରାସ୍ତାରୋକ କରିଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା ଆନ୍ଦୋଳନ । ଉତ୍ତ୍ୟକ୍ତ ଲୋକମାନେ ଥାନା ଭିତରେ ଧସେଇ ପଶିବା ସହ ନିଆଁ ଲଗାଇଦେଇଥିଲେ । ଆଇଆଇସି ଓ ଦୁଇ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.