ଫୁଲୁଛି ମହାନଦୀ,ଦୁଇଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍

ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲିଥିଲା । ଦିନେ ପୂର୍ବରୁ ଖୋଲିଥିଲା ୧୦ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୧ ଫୁଟ୍ ।

କେନ୍ୟୁଜ୍(ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାର ଜଳସ୍ତର କ୍ରମାଗତ ବଢୁଛି । ଏବେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲିଥିଲା । ଦିନେ ପୂର୍ବରୁ ଖୋଲିଥିଲା ୧୦ଟି ଗେଟ୍ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୧ ଫୁଟ୍ ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୫୦ ହଜାର ୮୧୨ କ୍ୟୁସେକ୍ ବନ୍ୟା ଜଳ । ନିଷ୍କାସିତ ହେଉଛି ୩ ଲକ୍ଷ ୫୨ ହଜାର ୫୧ କ୍ୟୁସେକ ପାଣି । ଫଳରେ ଛଡ଼ାଯାଉଥିବା ପାଣି ଅପେକ୍ଷା ଏକ ଲକ୍ଷ କ୍ୟୁସେକ୍ ଅଧିକ ପାଣି ଆସୁଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଛି । ଫଳରେ ମହାନଦୀ ଫୁଲିଛି ଓ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବନ୍ୟା ପାଣି ଆସିଛି ।

କଲମା ସାଙ୍ଗକୁ ସମୋଦା, କେଲୋରେ ଗେଟ୍ ଖୋଲିଥିବା ବେଳେ ଇବ୍ ଓ ଭେଡନକୁ ମିଶାଇ ଏହି ବନ୍ୟା ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ନିୟମ ଅନୁସାରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରହିବାକୁ ଧାର୍ଯ୍ୟ କରାଯାଇଛି । ଆଗକୁ ଜଳସ୍ତର ବଢିଲେ ଅଧିକ ଗେଟ୍ ଖୋଲିପାରେ । ତଳମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରିବା ବେଳକୁ ଉପରମୁଣ୍ଡରେ ବନ୍ୟା ଭୟ ଘାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.