Below header

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା, ଟୋକନ ଦେଖାଇ ମହାପ୍ରସାଦ ପାଉଛନ୍ତି ଶ୍ରଦ୍ଧାଳୁ

ପୁରୀ(କେନ୍ଯୁଜ୍): ବାହାରିଲା ଆଡପ ଅବଢା। ସକାଳ ଧୂପ ପରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢା। ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ୬୦ ପଉଟି ଭୋଗ ଲାଗି କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଅବଢା ପାଇପାରିବେ ସେଥିପାଇଁ ଗୁଣ୍ଡିଚା ମନ୍ଦିରଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଶାନ୍ତିଶୃଙ୍ଖଳାର ସହ ଧାଡିରେ ଆସି ମହାପ୍ରସାଦ ନେଉଛନ୍ତି ଭକ୍ତ । ମହାପ୍ରସାଦ ଦେବା ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସୁଆର ମହାସୁଆର ନିଯୋଗକୁ ଦିଆଯାଇଛି ଏହି ଦାୟିତ୍ୱ । ଏଥିପାଇଁ ମନ୍ଦିର ଦକ୍ଷିଣ ଦ୍ୱାର ଓ ଉତ୍ତର ଦ୍ୱାରରେ ଦୁଇଟି କାଉଣ୍ଟର ଖୋଲାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.