ସୋନୁଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖି ଟିଭି ଭାଙ୍ଗିଲେ ପ୍ରଂଶସକ, ଖବର ହେଲା ଭାଇରାଲ

କରୋନା କାଳରେ ବଲିଉଡ଼ ଅଭିନେତା ସୋନୁ ସୁଦ ଅନେକ ଲୋକଙ୍କ ସାହାଯ୍ୟ କରି ଖୁବ ପ୍ରଶଂସା ସାଉଁଟିଛନ୍ତି । ସାହାଯ୍ୟ ପାଇ ଲୋକମାନେ ତାଙ୍କୁ ଭଗବାନ ଭଳି ପୂଜା ମଧ୍ୟ କରୁଛନ୍ତି ।

ସମସ୍ୟା ଘେରରେ ଥିବା ଲୋକଙ୍କ ସାହାଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ । ଫ୍ୟାନ୍ସଙ୍କ ଭଲ ପାଇବା ଏତେ ମାତ୍ରାରେ ବଢ଼ିଛି ଯେ, ସୋନୁଙ୍କ ବିରୁଦ୍ଧରେ କିଛି ଦେଖିବା ବା ଶୁଣିବାକୁ ସେମାନେ ପସନ୍ଦ କରୁନାହାନ୍ତି । ଏହାକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସୋନୁଙ୍କ ପାଇଁ ଜଣେ ପ୍ରଂଶସକ ନିଜ ଟିଭି ଭାଙ୍ଗିଛନ୍ତି ।

ସୋନୁଙ୍କ ଏହି ପ୍ରଂଶସକଙ୍କ ବୟସ ମଧ୍ୟ ଖୁବ କମ । ୭ ବର୍ଷର ଏହି ଫ୍ୟାନ କିଛି ଏମିତି କରିଛନ୍ତି ଯାହାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୋନୁଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖିବା ପରେ ପିଲାଟି ରାଗିଯାଇ ଟିଭିକୁ ଭାଙ୍ଗିଦେଇଥିଲା । ଏହି ଭିଡିଓ ଏବେ ଟ୍ୱିଟରରେ ଭାଇରାଲ ହୋଇଛି। ଦେଖନ୍ତୁ..

ଖବର ଅନୁଯାୟୀ, ସଙ୍ଗାରେଡିର ୭ବର୍ଷର ବାଳକ ଘରେ ଟିଭି ଦେଖୁଥିବା ସମୟରେ ସୋନୁ ସୁଦଙ୍କୁ ମାଡ଼ ମାରିବାର ସିନ ସାମ୍ନାକୁ ଆସିଲା । ଏହିସମୟରେ ସେ ରାଗିଯାଇ ଟିଭି ସେଟକୁ ଭାଙ୍ଗି ଦେଇଥିଲା । ରାଗିବାର କାରଣ ଏହା ଥିଲା ଯେ, ସୋନୁ ସୁଦ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ଭିଡିଓରେ ମାଡ଼ ମାରୁଥିବାର ଦେଖିବା ପରେ ପିଲାଟି ଏଭଳି କରିଥିବାର ସୂଚନା ମିଳିଛି । ଏହାକୁ ନେଇ ସୋନୁ ସୁଦ ମଧ୍ୟ ନିଜର ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.