ସରିଲା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ବର (କେନ୍ୟୁଜ୍) : ସରିଲା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବିଧାନସଭା ମୁଲତବୀ ରଖାଯାଇଛି । ଅଗଷ୍ଟ ୮ ତାରିଖରେ ଶେଷ ହୋଇଥାନ୍ତା ବିଧାନସଭା । ତେବେ ଆଗୁଆ ବନ୍ଦ ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା । ଜୁନ ୨୫ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ୨ଟି ପର୍ଯ୍ୟାୟରେ ୨୫ଟି କାର୍ଯ୍ୟଦିବସରେ କାର୍ଯ୍ୟ କରିଥିଲା । ଚଳିତ ବିଧାନସଭାରେ ୫ଟି ବିଲ ପାସ ହୋଇଛି । ୫ଟି କମିଟି ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଚଳିତ ଅଧିବେଶନରେ ୧୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୧୯ଟି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଛି । ଜୁଲାଇ ୩୧ରେ ବ୍ୟୟମଞ୍ଜୁରୀ ବିଲ ପାରିତ ହୋଇଥିଲା । ପଞ୍ଚମ ଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଥିଲା ପ୍ରଥମ ଅଧିବେଶନ । ଗୃହରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ହୋଇଥିଲେ । ନୂଆ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.