Below header

ଜାଣନ୍ତୁ ଏଟିଏମର ଫାଇଦା ସହିତ ଏହାଦ୍ୱାରା ହେଉଥିବା ଠକାମୀ..

ଏଟିଏମ୍‌ ବେଳେ ବେଳେ ଆମ ପାଇଁ ଅର୍ଥହାନି ଓ ପ୍ରାଣପୀଡ଼ାର କାରଣ ହେଉଛି । ଏଟିଏମ ଦ୍ୱାରା ଯେପରି ଗ୍ରାହକ କୌଣସି ପ୍ରକାର ଠକାମୀର ଶିକାର ନହେବେ ସେଥିପାଇଁ ବ୍ୟାଙ୍କ ବିଭିନ୍ନ ପ୍ରକାରର ନିୟମ ପ୍ରଣୟନ କରିଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ତା ଭିତରେ ବି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହେଇଯାଉଥିବା ଘଟଣା ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ଭୋଗିଥିବେ। ତେବେ ଟିକିଏ ସତର୍କ ରହିଲେ ଏଭଳି ସ୍ଥିତିରୁ ଆପଣ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା ଏଟିଏମ୍‌ ଠକେଇରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ।

ମେସିନ୍‌ ଆଖଖପାଖରେ ରହିଥାଇ ପାରେ ସିକ୍ରେଟ କ୍ୟାମେରା

ଆପଣଙ୍କ ଏଟିଏମ ପିନ ଜାଣିବା ପାଇଁ ମେସିନର ଆଖପାଖରେ ସିକ୍ରେଟ କ୍ୟାମେରା ଲଗାଯାଇଥାଇ ପାରେ ଯାହାକି ସବୁକିଛି ରେକର୍ଡ କରିନେଇଥାଏ । ଏପରି ସ୍ଥଳେ ଆପଣଙ୍କୁ ସାବଧାନ ରହିବାକୁ ପଡିବ । କାର୍ଡ଼ର ବ୍ୟବହାର କରିବା ପୂର୍ବରୁ ମେସିନ ଉପରେ କିମ୍ବା ଆଖପାଖରେ ଅନ୍ୟକିଛି ସନ୍ଦେହଜନକ ବସ୍ତୁ ଅଛି କି ନାହିଁ ସେ ବିଷୟରେ ପ୍ରଥମେ ଭଲଭାବେ ସତର୍କ ହୋଇଯାଆନ୍ତୁ । ଯଦି ଆପଣଙ୍କୁ କିଛି ବି ସନ୍ଦେହଜନକ ବସ୍ତୁ ମିଳେ ତାହେଲେ ସଂଗେସଂଗେ ସେଠାରେ ଥିବା କର୍ମଚାରୀଙ୍କୁ ଏ ବିଷୟରେ ସୂଚନା ଦିଅନ୍ତୁ ।

ପାଖରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ସାବଧାନ

ଅନେକ ସମୟରେ ଆପଣ ଏଟିଏମରୁ ପଇସା ବାହାର କରୁଥିବାବେଳେ ଆପଣଙ୍କ ଆଖପାଖରେ କିମ୍ବା ପଛରେ କୌଣସି ବ୍ୟକ୍ତି ଠିଆ ହୋଇଥାନ୍ତି । ଯଦି ଏଭଳି କେହି ଠିଆ ହୋଇଛନ୍ତି ତାହେଲେ ଆପଣଙ୍କୁ ସତର୍କ ରହିବାକୁ ପଡିବ । କାରଣ ହୋଇପାରେ ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଏଟିଏମର ପିନ୍‌ ଉପରେ ନଜର ରଖିଥାଇ ପାରନ୍ତି । ଏଥିପାଇଁ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

କ୍ଲୋନିଙ୍ଗ ମାଧ୍ୟମରେ ଏପରି ହୋଇଥାଏ ଠକାମୀ

କାର୍ଡ କ୍ଲୋନିଙ୍ଗ ମାଧ୍ୟମରେ ଚୋର ଆପଣଙ୍କ ଏଟିଏମ କାର୍ଡ ପର୍ଯ୍ୟନ୍ତ ପହଂଚି ଯାଇଥାଏ । ଏହାପରେ ଆପଣଙ୍କୁ ଠକିବା ତା ପାଇଁ କିଛି ବଡ଼କଥା ନୁହେଁ । ସେଥିପାଇଁ ଏଟିଏମ କାର୍ଡ ବ୍ୟବହାର କରିବା ସମୟରେ ସାବଧାନ ରହିବା ଦରକାର। ଏଟିଏମ ଲୁଟେରା ଏଟିଏମ୍‌ ମେସିନ ଉପରେ ସ୍କିମର ନାମକ ଏକ ଯନ୍ତ୍ର ଲଗାଇଦିଏ ଯେଉଁ ମେସିନ ବଜାରରେ ମାତ୍ର ହଜାର ଟଙ୍କାରେ ମିଳି ପାରୁଛି । କାର୍ଡ ସ୍ବାଇପ ବେଳେ ଏହି ଯନ୍ତ୍ରରେ ସମସ୍ତ ସୂଚନା କପି ହୋଇଯାଏ । ଏଥିରେ ଆପଣଙ୍କ ବ୍ୟାଙ୍କ ପାସ୍ବୁକ ସହ ଜଡିତ ସମସ୍ତ ସୂଚନା ମଧ୍ୟ ରହିଯାଏ । ଏହାପରେ ଚୋର ଏହି ସମସ୍ତ ସୂଚନାକୁ କୌଣସି ଏକ ବ୍ଳାଙ୍କ କାର୍ଡକୁ ଟ୍ରାନ୍ସଫର କରି ଅନ୍ୟ ଏକ ଜାଲ୍‌ କାର୍ଡ ତିଆରି କରିଦିଏ । ଏହି ନକଲି କାର୍ଡ଼ ଦ୍ୱାରା ସେ ଏଟିଏମ୍‌ରୁ ଟଙ୍କା ଉଠାଇଥାଏ ।

ସାବଧାନତା ସହ କରନ୍ତୁ କାର୍ଡ ସ୍ବାଇପ

ଯଦି ଆପଣ କୌଣସି ମଲ କିମ୍ଵା ଅନ୍ୟ କୌଣସି ସ୍ଥାନରେ ସପିଙ୍ଗ କରିବା ସମୟରେ କାର୍ଡ ପେମେଣ୍ଟ କରୁଛନ୍ତି ତାହେଲେ ଏଠାରେ ମଧ୍ୟ ଆପଣ ଠକାମିର ଶିକାର ହେବାର ସମ୍ଭାବନା ଅଛି । ଏପରି ସ୍ଥାନରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । ସବୁବେଳେ ଆପଣ ନିଜର କାର୍ଡକୁ ନିଜ ସାମ୍ନାରେ ସ୍ବାଇପ କରନ୍ତୁ ଏବଂ ପିନ ମଧ୍ୟ ନିଜେ ଦିଅନ୍ତୁ ।

ଆସନ୍ତୁ ଜାଣିବା ଏଟିଏମ୍ରୁ ଟଙ୍କା ବାହାର କରିବା ପାଇଁ ଆପଣଙ୍କୁ କଣ ମିଳୁଛି ଅତିରିକ୍ତ ସୁଵିଧା

ଅଟୋମେଟେଡ୍‌ ଟେଲର ମେସିନ୍‌ ବା ଏଟିଏମ୍‌ । ଆପଣ ଭାବୁଥିବେ କି ଏଟିଏମ କେବଳ ପଇସା ଉଠାଇବା ଓ ପଠାଇବା ଏବଂ ବିଭିନ୍ନ ବିଲ୍‌ ପେମେଣ୍ଟ ପାଇଁ ବ୍ୟବହୃତ ହୋଇଥାଏ । ନା ଆପଣ ଭୁଲ ଭାବୁଛନ୍ତି, କାରଣ ଏହି ଏଟିଏମ୍‌ ଆମକୁ ଆଉ କିଛି ଅତିରିକ୍ତ ସୁବିଧା ମଧ୍ୟ ଦେଇଥାଏ । ଯାହାକୁ ଆମେ ଜାଣିନଥିବା ଯୋଗୁଁ ବ୍ୟବହାର କରି ପାରୁନାହିଁ । ଆସନ୍ତୁ ଜାଣିବା କଣ ଅତିରିକ୍ତ ସୁଵିଧା ମିଳୁଛି ଏଟିଏମ୍‌ରୁ ।

ଭରି ପାରିବେ ଇନକମ ଟ୍ୟାକ୍ସ

ଆପଣ ଏଟିଏମ୍ ସାହାଯ୍ୟରେ ନିଜର ଇନକମ ଟ୍ୟାକ୍ସ ମଧ୍ୟ ଦେଇ ପାରିବେ । ଦେଶରେ ଏଭଳି ଅନେକ ବ୍ୟାଙ୍କ ଅଛନ୍ତି ଯେଉଁମାନେ ନିଜର ଗ୍ରାହକମାନଙ୍କୁ ଏଟିଏମ୍ ଦ୍ୱାରା ଟ୍ୟାକ୍ସ ଭରିବାର ସୁବିଧା ଉପଲବ୍ଧ କରାଉଛନ୍ତି । ଏଟିଏମ୍‌ରେ ଆୟକର ଭରିବା ପାଇଁ ଆପଣଙ୍କୁ ପ୍ରଥମେ ବ୍ୟାଙ୍କର ୱେବସାଇଟ ବା ବ୍ରାଞ୍ଚରେ ଏହି ସୁବିଧା ପାଇଁ ରେଜିଷ୍ଟର କରିବାକୁ ପଡ଼ିବ । ରେଜିଷ୍ଟର କରିବା ପରେ ଆପଣ ଏଟିଏମ୍ ସାହାଯ୍ୟରେ ନିଜର ଆୟକର ଭରି ପାରିବେ ।
ଯଦି ଆପଣଙ୍କ ଖାତାରୁ ପଇସା କଟିଯାଉଛି ତାହେଲେ ଆପଣଙ୍କୁ ଏକ ସିଆଇଏନ ନମ୍ବର ଦିଆଯିବ, ଯାହାଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଆପଣ ବ୍ୟାଙ୍କର ୱେବସାଇଟକୁ ଯାଇ ଏହି ନମ୍ବରରେ ଚାଲାଣ ପ୍ରିଣ୍ଟ ମଧ୍ୟ କରାଇ ପାରିବେ ।

ନିଶ୍ଚିତ ପଢ଼ନ୍ତୁ : ଭୋଡାଫୋନ ଅପଡେଟ୍ କରିଛି ୩୬୫ ଦିନର ଏହି ପ୍ଲାନ, ଏବେ ପ୍ରତିଦିନ ମିଳିବ ୧.୫ଜିବି ଡାଟା

ରେଳ ଟିକେଟ ବୁକ କରି ପାରିବେ

ଦେଶର ସର୍ବ ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ । ରେଲୱେ ବିଲଡିଂଗୁଡିକରେ ଥିବା ନିଜର ଏଟିଏମ୍ ସାହାଯ୍ୟରେ ଗ୍ରାହକମାନଙ୍କୁ ଟିକେଟ ବୁକ କରିବାର ସୁବିଧା ଯୋଗାଇ ଦେଇଛି ଏହି ବ୍ୟାଙ୍କ। ବର୍ତ୍ତମାନ ଏହା ଦ୍ୱାରା କେବଳ ଦୂରଯାତ୍ରା ପାଇଁ ରିଜର୍ଭେସନ ଟିକେଟ କରାଯାଇ ପାରୁଛି ।

ଭରି ପାରିବେ ଟେଲିଫୋନ ଓ ବିଜୁଳି ବିଲ୍

ଟେଲିଫୋନ୍‌ ବିଲ ହେଉ କିମ୍ବା ବିଜୁଳି ବିଲ ଏଟିଏମ୍ ଦ୍ୱାରା ଆପଣ ମାସିକ ବିଲ୍‌ ସବୁ ପଇଠ କରି ପାରିବେ । କିନ୍ତୁ ବିଲ ଭରିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ନିଜ ବ୍ୟାଙ୍କର ୱେବସାଇଟକୁ ଯାଇ ନିଜ ନାଁ ରେଜିଷ୍ଟର କରିବାକୁ ପଡିବ । ଟେଲିଫୋନ ଏବଂ ବିଜୁଳି ବିଲ ସହିତ ଆପଣ ଏଟିଏମ ମାଧ୍ୟମରେ ନିଜର ଗ୍ୟାସ ବିଲ ମଧ୍ୟ ଦେଇ ପାରିବେ ।

ଇନସ୍ୟୁରାନ୍ସ ପ୍ରିମିୟମ୍‌ ବି ଦେଇ ପାରିବେ

ଏଲଆଇସି, ଏଚଡିଏଫସି ଲାଇଫ ଏବଂ ଏସବିଆଇ ଲାଇଫ ଭଳି କିଛି ବୀମା କମ୍ପାନୀ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ଏଟିଏମ୍ ସାହାଯ୍ୟରେ ଇନ୍ସୁରାନ୍ସ ପ୍ରିମିୟମ୍‌ ଟଙ୍କା ଜମା କରି ପାରିବେ । ଏଥିପାଇଁ ଆପଣଙ୍କ ପାଖରେ ପଲିସି ନମ୍ବର ଥିବା ଆବଶ୍ୟକ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏଟିଏମ୍ ବିଲ ସେକ୍ସନକୁ ଯାଇ ବୀମା କମ୍ପାନୀର ନାମ ଚୟନ କରିବାକୁ ପଡିବ । ଏହାପରେ ଆପଣଙ୍କୁ ପଲିସି ନମ୍ବର, ଜନ୍ମ ତାରିଖ ଏବଂ ମୋବାଇଲ ନମ୍ବର ଦେବା ପରେ ଆପଣ ପ୍ରିମିୟମ ରାଶି ଜମା କରିବା ସହିତ ଏହାକୁ କନଫର୍ମ କରିପାରିବେ ।

ଏହାସହ ପଢନ୍ତୁ ଏୟାରଟେଲ ସାରା ଦେଶରେ ବନ୍ଦ କରିବାକୁ ଯାଉଛି 3ଜି ସେବା ,କୋଲକାତାରୁ ହେବ ଆରମ୍ଭ

 

କରିପାରିବେ ଲୋନ ପାଇଁ ଆପ୍ଲାଏ

ଏକଥା ବହୁତ କମ ଲୋକ ଜାଣିଛନ୍ତି ଯେ ଏଟିଏମ ସାହାଯ୍ୟରେ ଲୋନ ପାଇଁ ଆବେଦନ କରିହେବ । କିଛି ବ୍ୟାଙ୍କ ଏଟିଏମ୍‌ ଜରିଆରେ ଲୋନ୍‌ ଦେଉଛନ୍ତି । ଛୋଟ ପରିମାଣର ଲୋନ୍‌ ପାଇଁ ଆପଣଙ୍କୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡିବ ନାହିଁ । ଦେଶରେ ଏଭଳି ଅନେକ ବ୍ୟାଙ୍କ ଅଛନ୍ତି ଯେଉଁମାନେ ନିଜର ଗ୍ରାହକମାନଙ୍କୁ ପ୍ରି ଆପ୍ରୁଭଡ ପର୍ସନାଲ ଲୋନ ଦେଉଛନ୍ତି । ଏହି ଲୋନ୍‌ ଆପଣ ଏଟିଏମ୍‌ ଜରିଆରେ କରି ପାରିବେ । ତେବେ ଏ ସମ୍ପର୍କରେ ଆପଣଙ୍କୁ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ବିସ୍ତତ ଭାବେ ବୁଝିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.