Below header

ପିଓକେରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନାର ବୋଫର୍ସ ମାଡ଼, ପାକିସ୍ତାନର ୫ରୁ ୭ ସୈନିକ ଓ ଆତଙ୍କବାଦୀ ନିହତ

ଭାରତୀୟ ସେନାର ବଡ଼ ଧରଣର ଆକ୍ରମଣ । ପିଓକେରେ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନା ପକ୍ଷରୁ ବୋଫର୍ସ ମାଡ଼ ହୋଇଛି । କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଭାରତର ଆକ୍ରମଣରେ ପାକିସ୍ତାନର ୫ରୁ ୭ ଜଣ ସୈନିକ ଓ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ପାକିସ୍ତାନୀ ବୋର୍ଡର ଆକ୍ସନ ଟିମ୍ ବା ବ୍ୟାଟର ସଦସ୍ୟ ଅଛନ୍ତି । ଏବେ ବି ଏଲଓସିରେ ଆତଙ୍କବାଦୀଙ୍କ ମୃତ ଦେହ ପଡ଼ି ରହିଛି । ପ୍ରବଳ ଗୁଳିମାଡ ଯୋଗୁଁ ମୃତଦେହକୁ ଅଣାଯାଇପାରୁନାହିଁ କି ଚିହ୍ନଟ ମଧ୍ୟ ହୋଇପାରୁନାହିଁ । ସେନା ପ୍ରମାଣ ଆଧାରରେ ୪ ଜଣ ମୃତକଙ୍କ ସାଟେଲାଇଫ୍ ଫଟୋ ନେଇଛି । ଏହି କାର‌୍ୟ୍ୟାନୁଷ୍ଠାନ ୨୪ରୁ ୩୬ ଘଣ୍ଟା ମଧ୍ୟରେ ହୋଇଛି । ଗତ ୨-୩ ଦିନ ହେବ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହାର ଜବାବ ଦେଇଥିଲେ ଭାରତୀୟ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.