Below header

ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର, ସୂଚନା ଦେଲେ ଆଇଏମଡି ମହାନିର୍ଦ୍ଦେଶକ

ବାଲେଶ୍ୱର: ଦେଶର ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ଟେଷ୍ଟବେଡ ଓଡ଼ିଶାରେ ହେବ । ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର । ଏହି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ, DRDO ଓ ISROର ମିଳିତ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ ।

ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ଏହି କେନ୍ଦ୍ରରେ ବଜ୍ରପାତ ଉପରେ ଅଧ୍ୟୟନ କରାଯିବ । ବଜ୍ରପାତ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବ ଏହି କେନ୍ଦ୍ର । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରରେ ଏପ୍ରିଲରୁ ଜୁନ୍‌ ମଧ୍ୟରେ ବହୁ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଏହାକୁ ନଜରରେ ରଖି ଏଭଳି ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ଟେଷ୍ଟବେଡ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.