Below header

ହ୍ଯାଣ୍ଡବଲ ବିଶ୍ବକପରେ ଆର୍ଯ୍ଯନ ବ୍ରାହ୍ମିନଙ୍କ ସଫଳତା, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ବର(କେନ୍ଯୁଜ) : ଓଡିଶାର ଯୁବ ହ୍ଯାଣ୍ଡବଲ୍ ଖେଳାଳି ଆର୍ଯ୍ଯନ ବ୍ରାହ୍ମିନ୍ ଗତ ୧ରୁ ୭ ତାରିଖ ପର୍ଯ୍ଯନ୍ତ ସ୍ବିଡେନଠାରେ ଅନୁଷ୍ଠିତ ବିଶ୍ବକପ୍ ହ୍ଯାଣ୍ଡବଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଥିରେ ଭାରତ ସମେତ ୬୫ଟି ଦେଶ ଭାଗ ନେଇଥିବା ବେଳେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଥିଲା। କିନ୍ତୁ ଭାରତ ପ୍ରତିବର୍ଷ ଡ୍ରିମ ସ୍ପୋର୍ଟ୍ସ କ୍ଲବକୁ ୧୦-୦ରେ ପରାସ୍ତ କରିବା ସହ ଡେନମାର୍କ ବିପକ୍ଷେରେ ୧୨-୧୨ରେ ଡ୍ର ରଖିଥିଲା। ତେବେ ଦଳ ଜର୍ମାନୀ ଓ ଫ୍ରାନ୍ସଠାରୁ ପରାସ୍ତ ହୋଇଥିଲା। ଆର୍ଯ୍ଯନ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଭାବେ ନେଇଥ ସୋମବାର ଆର୍ଯ୍ଯନ ଭୁବନେଶ୍ବର ଫେରିଛନ୍ତି। ଡିପିଏସ କଳିଙ୍ଗରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଆର୍ଯ୍ଯନଙ୍କୁ ବିଜୟୁ ପଟ୍ଟନାୟକ ବିମାନବନ୍ଦରରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଏହି ସଫଳତା ପାଇଁ ଓଡିଶା ହ୍ଯାଣ୍ଡବଲ ସଂଘ ସଭାପତି ସୟଦ ମକବୁଲ ଅଲ୍ଲୀ, ସମ୍ପାଦନ ବୀରେନ ବେହେରା ପ୍ରମୁଖ ଆର୍ଯ୍ଯନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.