ସାନିଟାରୀ ପ୍ୟାଡ୍‌ ନଷ୍ଟ କରିବା ପାଇଁ ଯୁବକ ତିଆରି କଲେ ଏମିତି ମେଶିନ, ଯାହା ୧୦ ଘଣ୍ଟାରେ ରିସାଇକିଲ୍‌ କରିଥାଏ ୧୫୦୦ ନାପ୍‌କିନ

ପୁଣେରେ ରହୁଥିବା ୨୫ ବର୍ଷୀୟ ଜଣେ ଯୁବକ ସାନିଟାରୀ ପ୍ୟାଡ୍‌ ନଷ୍ଟ କରିବା ପାଇଁ ରିସାଇକ୍ଲିଙ୍ଗ୍‌ ମେଶିନ ତିଆରି କରିଛନ୍ତି। ତାଙ୍କ ନାଁ ଅଜିଙ୍କ୍ୟ ଦହିଆ। ଅଜିଙ୍କ୍ୟ କହିଛନ୍ତି, ଏହି ମେଶିନ ତିଆରି କରିବାର ଭାବନା ତାଙ୍କୁ କଲେଜ ଶେଷ ବର୍ଷରେ ଆସିଥିଲା। ଏହି ମେଶିନ ସାହାଯ୍ୟରେ ୧୦ ଘଣ୍ଟାରେ ୧୫୦୦ ପ୍ୟାଡ୍‌ ରିସାଇକିଲ୍‌ କରାଯାଇପାରିବ। ପ୍ୟାଡ୍‌କେୟାର ଲ୍ୟାବ ମେଶିନ, ବ୍ୟବହୃତ ସାନିଟାରୀ ନାପ୍‌କିନରୁ ପ୍ଲାଷ୍ଟିକ୍‌ ଓ ସେଲୁଲୋଜ ନାଳିକୁ ଅଲଗା କରିଥାଏ ଏବଂ ଏହାପରେ ରିସାଇକ୍ଲିଙ୍ଗ୍‌ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଏଥିପାଇଁ ଶୌଚାଳୟରେ ବିଶେଷ ଧରଣର ଡଷ୍ଟବିନ୍‌ ରଖାଯାଇଥାଏ। ଏଥିରେ ୪୫ ଦିନ ପର୍ଯ୍ୟନ୍ତ ନାପ୍‌କିନ ଏକତ୍ରୀତ କରାଯାଇଥାଏ। ଶୌଚାଳୟରେ ରଖାଯାଇଥିବା ଏହି ଖାସ୍‌ ଡଷ୍ଟବିନ୍‌କୁ ‘ସ୍ୟାନିବିନ୍ସ’ କୁହାଯାଏ, ଯାହାକି ୩୦ରୁ ୪୫ ଦିନ ଯାଏ ବ୍ୟବହୃତ ସାନିଟାରୀ ନାପ୍‌କିନକୁ ଷ୍ଟୋର୍‌ କରିଥାଏ। ଏହି ଡଷ୍ଟବିନ୍‌ ସମ୍ପୂର୍ଣ୍ଣ ଭାବେ ଜୀବାଣୁନାଶକାରୀ ଏବଂ ଏଥିରେ କୌଣସି ବି ପ୍ରକାର ଗନ୍ଧ ସୃଷ୍ଟି ହୋଇ ନ ଥାଏ।

ଅଜିଙ୍କ୍ୟ ଏବଂ ତାଙ୍କ ଟିମ୍‌ ଦ୍ୱାରା କରାଯାଇଥିବା ଏକ ସର୍ଭେ ମୁତାବକ, ଭାରତରେ ପ୍ରତ୍ୟେକ ବର୍ଷ ପାଖାପାଖି ୧୨ ବିଲିୟନ ବ୍ୟବହୃତ ସାନିଟାରୀ ନାପ୍‌କିନ ବାହାରିଥାଏ, ଯେଉଁଥିରୁ ୯୮ ପ୍ରତିଶତ ନାପ୍‌କିନକୁ ଅଳିଆ ଗଦାରେ କିମ୍ବା ଜଳ ଦ୍ୱାରା ନଷ୍ଟ କରି ଦିଆଯାଇଥାଏ। ଏମିତି କରିବା ଦ୍ୱାରା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.