ରାଜଧାନୀରେ ପୁଣି ବୀଭତ୍ସ ହତ୍ଯା ! ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ବର: ରାଜଧାନୀରେ ପୁଣି ବୀଭତ୍ସ ହତ୍ୟା। ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ। ମୈତ୍ରିବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ମାମିନା ପୂର୍ତ୍ତି।

ପୋଲିସ ଅଭିଯୁକ୍ତ ସ୍ୱାମୀ ରଙ୍ଗଲାଲ୍‌ ପୂର୍ତ୍ତିକୁ ଅଟକ ରଖିଛି। ପାରିବାରିକ କଳହକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ହସ୍‌ପିଟାଲକୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.