Below header

ବୋଟରୁ ଡେଇଁ ମତ୍ସ୍ୟଜୀବୀ ମୄତ

ଭଦ୍ରକ: ଧାମରା ମୁହାଣରେ ପୁଣି ଦୁର୍ଘଟଣା। ଏକ ଚଳନ୍ତା ବୋଟରୁ ସମୁଦ୍ରକୁ ଡେଇଁ ଜଣେ ମତ୍ସ୍ୟଜୀବୀର ମୄତ୍ୟୁ ଘଟିଛି। ମତ୍ସ୍ୟଜୀବୀର ଘର ଜାମଝାଡି ନରଣପୁର ଗ୍ରାମରେ। ତାଙ୍କ ନାମ ଶରତ ମଲ୍ଲିକ ବୋଲି ଜଣାପଡିଛି। ସୂଚନା ମୁତାବକ ପଞ୍ଚରତ୍ନ ନାମକ ଏକ ବୋଟରେ ସମୁଦ୍ରକୁ ଶରତ ମାଛ ମରିବାକୁ ଯାଇଥିଲା। ଫେରିବା ସମୟରେ ବୋଟରୁ ସମୁଦ୍ରକୁ ଡେଇଁପଡିଥିଲା, କିନ୍ତୁ ମୄତ୍ୟୁର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ। ତେବେ ବୋଟରେ ଥିବା ଅନ୍ୟ କର୍ମଚାରୀ ଉକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ପୋଲିସ ଏ ଘଟଣାରେ ତଦନ୍ତ ଆରମ୍ଭ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.