ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ରାଜ୍ୟରେ କାର୍ୟ୍ୟକାରୀ ହେବ ନୂଆ ଖାଦ୍ୟ ସୁରକ୍ଷା ଆଇନ

ଭୁବନେଶ୍ବର: ରାଜ୍ୟରେ କାର୍ୟ୍ୟକାରୀ ହେବ ନୂଆ ଖାଦ୍ୟ ସୁରକ୍ଷା ଆଇନ। ଅକ୍ଟୋବର ୨ ତାରିଖରୁ ଏହା ଲାଗୁ ହେବ। ହିତାଧିକାରୀଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ। ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ରାଜ୍ୟର ନିଜସ୍ୱ ଯୋଜନା। ଏଥିରୁ କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରୁ ଗରିବ ଲୋକ ବଞ୍ଚିତ ହେଉଛନ୍ତି।

ଓଡ଼ିଶାର ବହୁ ଗରିବ ଲୋକ ଏଥିରୁ ବାଦ୍ ପଡିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ୨୦୧୪ରେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ଆଜି ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ଲୋକଙ୍କ ସହ କଥା ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.