Below header

ଭୁବନେଶ୍ୱରରେ କିସ୍‌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ପାଞ୍ଚ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦିଆଗଲା ସମ୍ମାନସୂଚକ ସମ୍ମାନସୂଚକ ଡକ୍ଟରେଟ୍‌ ଡ଼ିଗ୍ରୀ

କେନ୍ୟୁଜ୍(ବ୍ୟୁରୋ): କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ପାଳିତ। ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମ ଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍‌ ଜିଗ୍‌ମେ ରିନେପାଚେ କହିଛନ୍ତି। କିସ୍‌ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ରିନେପାଚେ କହିଛନ୍ତି, କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତାର ପଛରେ ଅନେକ ଲୋକଙ୍କ ଅବଦାନ ରହିଛି। ଆଗାମୀ ଦିନରେ ସେହିମାନଙ୍କ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପୁନେସ୍ଥିତ ଗୋଖଲେ ଇନ୍‌ଷ୍ଟିଚ୍ୟୁଟ ଅଫ ପଲିଟିକ୍ସ ଆଣ୍ଡ ଇକୋନୋମିକ୍‌ସର କୁଳାଧିପତି ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡ଼. ରାଜୀବ କୁମାର, ୟୁଏନ୍‌ଇପିର ଗୁଡ଼୍‌ୱିଲ୍‌ ଆମ୍ବାସାଡ଼ାର ତଥା ସୁଇଜରଲାଣ୍ଡସ୍ଥିତ ଜିଆଇଏସଟି ଆଡ଼ଭାଇଜରୀ ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ ଶୁଖ୍‌ଦେବ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତୀୟ ସଂଗୀତକାର ଡ଼. ରିକି. ଜି. କେଜ୍‌ ଓ ଗ୍ରୀନ୍‌ ବେଲ୍‌ଟ ଏବଂ ରୋଡ଼୍‌ ଇନ୍‌ଷ୍ଟିଚ୍ୟୁଟର ସଭାପତି ଏରିକ୍‌ ସୋଲେମଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା।

 ସମ୍ମାନସୂଚକ ଡ଼କ୍ଟରେଟ୍‌ ଡ଼ିଗ୍ରୀ ଗ୍ରହଣ କରି ଡ଼. ରାଜୀବ କୁମାର କହିଲେ ଜନଜାତି ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ ଥିବା ମେଧା ଶକ୍ତି ଓ ସମ୍ଭାବନାକୁ ପରିପ୍ରକାଶ କରିବାରେ କିସ୍ର ପ୍ରୟାସ ପ୍ରଶଂସନୀୟ। ବର୍ତ୍ତମାନ ସମୟରେ ମାନବ ସମ୍ବଳ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପବନ ଶୁଖ୍‌ଦେବ କହିଥିଲେ। ଡ଼. କେଜ୍‌ କହିଲେ ଏବେ ବିଶ୍ୱ ଭୟଙ୍କର ପରିବେଶ ସମସ୍ୟାର ସମ୍ମୁଖୀନ ହେଉଛି। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା କ୍ଷତି ଏବଂ ପ୍ରଦୂଷଣ ଭଳି ସମସ୍ୟାର ମୁକାବିଲା ନିମନ୍ତେ କିସ୍‌ର ଏକ ପ୍ରମୁଖ ଭୂମିକା ରହିଛି। ଭର୍ଚୁଆଲ୍‌ରେ ଯୋଗ ଦେଇ ସୋଲେମ୍‌ କହିଲେ ମୁଁ ପୂର୍ବରୁ କିସ୍‌ ପରିଦର୍ଶନ କରିଛି। କିସ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଆଖିରେ ମୁଁ ମୋର ମାଆଙ୍କୁ ଦେଖିପାରିଥିଲି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର ଏନ୍‌ ଦାଶ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୩ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ସ୍ନାତକୋତ୍ତରରେ ଉତ୍କର୍ଷ ପ୍ରତିପାଦିତ କରିଥିବା ୨ଛାତ୍ରଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ, ୧୪ ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଓ ୧୪ ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.