୫୦ ଲକ୍ଷର ଗୁମର: ୫ଜଣ ନକଲି ମାଓବାଦୀଙ୍କୁ ଗିରଫ କରି ଖୋଳତାଡ, ତଦନ୍ତ ଚଳାଇଛି ମାଲକାନଗିରି ପୋଲିସ

ମାଲକାନଗିରି : ମାଓବାଦୀ ନାଁରେ ବଟି ଆଦାୟ। ୫୦ ଲକ୍ଷ ଟଙ୍କା ଦାବି କରୁଥିଲେ। ମାଲକାନଗିରି ପୋଲିସ ହାତରେ ଧରାପଡ଼ିଲେ। ଲାଲଗଡ଼ରେ ମାଓବାଦୀ ପରିଚୟ ଦେଇ ୫୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗରେ ୫ ଜଣ ନକଲି ମାଓବାଦୀଙ୍କୁ ଗିରଫ କରି ଖୋଳତାଡ କରୁଛି ପୋଲିସ। ମୋଟୁ ଅଞ୍ଚଳରେ ଥିବା ପେଟା ଗ୍ରେନେଡ୍‌ ମାଇନିଂର ମାଲିକଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ଅଫିସକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ ଦେଇଥିଲେ। ଏହାସହ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିଲେ । ପୋଲିସରେ ଅଭିଯୋଗ ପରେ ମାଲକାନଗିରି ପୋଲିସ ଏହି ୫ ଜଣଙ୍କୁ ଗିରଫ କରିଛି।

ଗିରଫ ଅପରାଧିମାନେ ଓଡ଼ିଶା ଓ ତେଲେଙ୍ଗାନାର ବୋଲି ଜଣା ପଡିଛି। ପୋଲିସ ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଚଳାଇଛି। ଏହି ନକିଲ ମାଓବାଦୀ ଗ୍ୟାଙ୍କରେ ଆଉ କେହି ସାମିଲ ଅଛନ୍ତି କି ? ଅନ୍ୟ କୌଣସି ବ୍ୟକ୍ତି କି ସଂସ୍ଥାକୁ ଏମିତି ଧମକ ଚମକ ଦେଇଛନ୍ତି କି? ପୂର୍ବରୁ କେଉଁଠୁ ମୋଟା ଅଙ୍କର ବଟି ହାତେଇଛନ୍ତି କି? ଏହି ନକଲି ମାଓବାଦୀ ଗ୍ୟାଙ୍ଗର କିଙ୍ଗପିନ୍‌ କିଏ? କେବେଠାରୁ ନକଲି ମାଓବାଦୀ ସାଜି ଲୋକଙ୍କୁ ଲୁଣ୍ଠନ କରୁଥିଲେ? ଏମାନଙ୍କ ଗିରଫଦାରୀ ପରେ ଏମିତି ଅନେକ ପ୍ରଶ୍ନବାଚୀ। ଏସବୁର ରହସ୍ୟ ଖୋଜିବାରେ ଲାଗିଛି ମାଲକାନଗିରି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.