Below header

ବାଙ୍କୀ: ଘର ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ନାଗ ସାପ, ବନ୍ଯାପାଣି ମାଡି ଆସିବାରୁ ଆତଙ୍କିତ ସ୍ଥାନୀୟ ଲୋକେ

ବାଙ୍କୀ: ଚାରିଆଡେ ଜଳମଗ୍ନ । ଘର ବାହାରେ ସବୁଠି ଖାଲି ପାଣି ପାଣି ଆଉ ପାଣି । ଏହାରି ଭିତରେ ଘର ଭିତରେ ଦେଖିବାକୁ ମିଳିଲା ୫ ଫୁଟିଆ ନାଗ। ନାଗକୁ ଦେଖି ଭୟଭିତ ସାରା ପରିବାର । ଘର ଭିତରେ ପାଣି ପଶିଯାଇଥିବାରୁ କିଛି ଉପାୟ ନଥିଲା । ବାଧ୍ଯ ହୋଇ ଗୋଟେ କଠୋରୀରେ ସାପ ଆଉ ଗୋଟେ କଠୋରୀରେ ରହିଲେ ସାରା ପରିବାର ।

ବାଙ୍କୀରେ ଘଟିଛି ଏହି ଘଟଣା । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ସାପ ଫଶିଆସିଥିବାର ଦେଖିବାକୁ ମିଳିଥିଲା । ଯାହା ଜାଣିବା ପରେ ସ୍ନେକହେଲ୍ପ ଲାଇନ ସଦଶ୍ଯଙ୍କୁ ଶିକ୍ଷକ ଜଣକ ଖବର ଦେଇଥିଲେ। ମାତ୍ର ଘର ଭିତରକୁ ଯିବାକୁ ରାସ୍ତ ନ ଥିବା ସହିତ ଘରର ଚାରିପଟେ ପାଞ୍ଚ ଫୁଟର ପାଣି ଭର୍ତ୍ତି ହୋଇ ରହିଥିବାରୁ ସାପକୁ ଉଦ୍ଧାର କରିବାକୁ ଯିବା ସମ୍ଭବ ହୋଇ ନଥିଲା।

କିନ୍ତୁ କିଛି ଦିନପରେ ପାଣି ସାମାନ୍ୟ କମିବା ପରେ ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ପାଣି ଭିତରେ ପାଶି ପାଞ୍ଚ ଫୁଟିଆ ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ସାପଟିକୁ ଏକ ଜଙ୍ଗଲିଆ ସ୍ଥାନରେ ଛାଡିଦେଇଛନ୍ତି । ଏବେ ବନ୍ୟାଜଳ ମାଡି ଆସିବାରୁ ପ୍ରାୟତଃ ସ୍ଥାନରେ ସାପ ଗୁଡିକ ଘର ଭିତରକୁ ପଶି ଆସୁଛନ୍ତି । ତେଣୁ ସବୁ ଲୋକ ସତର୍କତାର ସହ ରହିବାକୁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ କୁହାଯାଇଛି। ଅନ୍ଯପଟେ ସାପ ଟିକୁ ଉଦ୍ଧାର କରାଯିବାପରେ ଶିକ୍ଷକଙ୍କ ପରିବାର ଲୋକେ ବେଶ୍ ଆଶ୍ୱସ୍ତି ଅନୁଭବ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.