୧୧ ବର୍ଷ ଧରି ବିଛଣାରେ ପଡ଼ିରହି ଅଜଣା ରୋଗ ସହ ଲଢୁଥିଲେ ଏହି କଲେଜ ଛାତ୍ର, ଡାକ୍ତର ହାର ମାନିବାରୁ ନିଜେ କଲେ ନିଜର ଚିକିତ୍ସା

ଆମେରିକାରେ ଜଣେ କଲେଜ ଛାତ୍ରଙ୍କ ନିଆରା ମାମଲା ସାମ୍ନାକୁ ଆସିଛି। ଘଟଣାଟି ହେଉଛି, ଯେତେବେଳେ କୌଣସି ଡାକ୍ତର ଏହି ଛାତ୍ରଙ୍କ ରୋଗକୁ ଭଲ କରିପାରି ନ ଥିଲେ ଏବଂ ସମସ୍ତେ ହାର ମାନିଥିଲେ, ସେତେବେଳେ ସେ ନିଜେ ହିଁ ନିଜର ଚିକିତ୍ସା କରିଥିଲେ। ନିଜେ ଚିକିତ୍ସା ଅନୁସନ୍ଧାନ ଅଧ୍ୟୟନ କରିଥିଲେ ଏବଂ ସର୍ଜରୀ ମାଧ୍ୟମରେ ନିଜର ଚିକିତ୍ସା କରିଥିଲେ। ତେବେ ଛାତ୍ର ଜଣକ ୧୧ ବର୍ଷ ଧରି ବେଡରେ ପଡିରହିବା ପରେ ଚିକିତ୍ସା ଆରମ୍ଭ କରିଥିଲେ।

kk

ଛାତ୍ରଙ୍କ ନାଁ ଡୋଗ ଲିଣ୍ଡସେ। ଡୋଗ ଲିଣ୍ଡସେ କେବଳ ୫୦ ଫୁଟ ପର୍ଯ୍ୟନ୍ତ ଚାଲିପାରୁଥିଲେ: ଆମେରିକାର ରକହଟସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଡୋଗ ଲିଣ୍ଡସେ ୧୯୯୯ରେ ଯେତେବେଳେ ୨୧ ବର୍ଷର ଥିଲେ, ସେବେ ସେ ଘରର ଡାଇନିଂ ଟେବୁଲ ଉପରେ ବେହୋସ ହୋଇପଡିଥିଲେ। ଏହାପରଠୁ ସେ ସବୁବେଳେ ପ୍ରାୟତଃ ବେହୋସ ହୋଇଯାଉଥିଲେ। ଧୀରେ ଧୀରେ ତାଙ୍କ ହୃଦସ୍ପନ୍ଦନ ଧିମା ହେବାରେ ଲାଗିଥିଲା। ସେ ନିଜକୁ ଦୁର୍ବଳ ଅନୁଭବ କରୁଥିଲେ। ସେତେବେଳେ ସେ ମାତ୍ର ୫୦ ଫୁଟ ଯାଏ ଚାଲିପାରୁଥିଲେ ଏବଂ କିଛି ମିନିଟରୁ ଅଧିକ ସମୟ ଛିଡ଼ା ହୋଇପାରୁ ନ ଥିଲେ।

vb

ତାଙ୍କ ମା’ଙ୍କୁ ମଧ୍ୟ ଏହି ରୋଗ ଥିଲା

ଡାକ୍ତରମାନେ ବୁଝିପାରୁ ନ ଥିଲେ, ଲିଣ୍ଡସେଙ୍କୁ କି ରୋଗ ହୋଇଛି। ଏହାକୁ ସେମାନେ ଥାଇରଏଡ ସହ ଯୋଡୁଥିଲେ। କିନ୍ତୁ ଭଲ କରିପାରୁ ନ ଥିଲେ। ତେବେ ତାଙ୍କ ମା’ଙ୍କଠାରେ ମଧ୍ୟ ଏହି ରୋଗ ଥିଲା।

Doug Lindsay

ଲିଣ୍ଡସେ ଏହି ରୋଗକୁ ବୁଝିବା ପାଇଁ ନେଇଥିଲେ ଶପଥ

ଲିଣ୍ଡସେ ୧୧ ବର୍ଷ ଧରି ବିଛଣାରେ ଏକ ରହସ୍ୟମୟ ରୋଗ ସହିତ ବିତାଇଥିଲେ। ତାଙ୍କୁ ୨୪ ଘଣ୍ଟାରୁ ୨୨ ଘଣ୍ଟା ବିଛଣାରେ ଶୋଇବାକୁ ପଡ଼ୁଥିଲା, ଯେଉଁଥିପାଇଁ ସେ ରୋଗକୁ ବୁଝିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ମେଡିକାଲ ପାଠ ପଢ଼ିଥିଲେ। ସେ ଏଣ୍ଡୋକ୍ରିନୋଲୋଜି ପୁସ୍ତକ ଅଧ୍ୟୟନ କରିଥିଲେ।

୨୦୧୦ରେ ଯେତେବେଳେ ତାଙ୍କୁ ଜଣାପଡିଲା କି ତାଙ୍କ ଏଦ୍ରିନଲ ଗ୍ରନ୍ଥିରେ ଟ୍ୟୁମର ହୋଇଯାଇଛି, ସେତେବେଳେ ସେ ନିଜ ବୈଜ୍ଞାନିକ ସାଙ୍ଗର ସାହାଯ୍ୟରେ ନିଜର ସର୍ଜରୀ କରାଇଥିଲେ। ଏହାପରଠୁ ସେ ଠିକ ଭାବେ ଚାଲିବାକୁ ଲାଗିଲେ। ୨୦୧୪ ବେଳକୁ ଦୌଡାଦୌଡ଼ି କରିପାରୁଥିଲେ। ସେ ନିଜ ରୋଗକୁ ଚିହ୍ନିବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଲିଣ୍ଡସେ ମୋଟିଭେସନାଲ କ୍ଲାସ ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.