Below header

ବଟି ନ ଦେବାରୁ ମହିଳାଙ୍କୁ ଉଲଗ୍ନ କରି ଉଠାଇଲେ ଫଟୋ, ୫ ଦୁର୍ବୃତ୍ତଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର ( କେ ନ୍ୟୁଜ) : ମାସିକିଆ ବଟି ବାବଦକୁ ହଜାରେ ଟଙ୍କା ନ ଦେବାରୁ ମହିଳାଙ୍କୁ ଉଲଗ୍ନ କରି ଫଟୋ ଉଠାଇଲେ ଦୁର୍ବୃତ୍ତ । ଏୟାରପୋର୍ଟ ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଏ ସଂପର୍କରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଚୁ କରି ତଦନ୍ତ ଆରମ୍ଭ କରିଛି ।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଜଣକ ବ୍ୟବସାୟୀ । କିଛି ଦୁର୍ବୃତ୍ତ ତାଙ୍କୁ ବଟି ମାଗିଥିଲେ । ସେ ବଟି ନ ଦେବାରୁ ସେମାନେ ରାତିରେ ତାଙ୍କ ଘରକୁ ଧସେଇ ପଶିବା ସହ ବଟି ବାବଦକୁ ହଜାରେ ଟଙ୍କା ଦେବାକୁ ଧମକ ଦେଇଥିଲେ । ବ୍ୟବସାୟୀଙ୍କ ପତ୍ନୀ ସେମାନଙ୍କୁ ବିରୋଧ କରିବାରୁ ସେମାନେ ତାଙ୍କୁ ଉଲଗ୍ନ କରି ଫଟୋ ଉଠାଇଥିଲେ । ବଟି ନ ଦେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏ ସଂପର୍କରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.