Below header

ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ପୁରୁଷ ହୋଇଥିବା ହୋଇଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ଏମାନେ ସୁରତରୁ ଫେରିଥିଲେ । ସେମାନଙ୍କ ବୟସ ଯଥାକ୍ରମେ ୩୮ ବର୍ଷ ଓ ୪୫ ବର୍ଷ। ପୂର୍ବରୁ ମଧ୍ରେ ଗଂଜାମ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ନମ୍ବର 1ରେ ରହିଛି | କହିରଖିବା ଉଚିତ ହେବକି, ଆଜି ରାଜ୍ୟରେ ଆଉ ୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୨୮ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.