Below header

ଛତିଶଗଡ଼ରେ ଗୁଳି ବିନିମୟ, ଯବାନଙ୍କ ଏନକାଉଣ୍ଟରରେ ୫ ନକ୍ସଲ ନିହତ

ମାଲକାନାଗିରି(କେନ୍ୟୁଜ୍): ଛତିଶଗଡ଼ରେ ନକ୍ସଲ- ଯବାନ ମଧ୍ୟରେ ଗୁଳିବିନିମୟ। ଯବାନଙ୍କ ଏନକାଉଣ୍ଟରରେ ୫ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଅଞ୍ଚଳରେ ଗୁଳିବିନିମୟ ହୋଇଛି। ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ୨ଜଣ ଯବାନ ଗୁରୁତର ହୋଇଛନ୍ତି। ଅବୁଝମାଡ଼ର ଓର୍ଚ୍ଚା ଜଙ୍ଗଲରେ ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଯବାନଙ୍କ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ନକ୍ସଲମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନଙ୍କ ପାଲଟା ଗୁଳିମାଡ଼ରେ ୫ ନକ୍ସଲ ନିହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.